ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ବିବାଦ : ଓଟିଟି ପ୍ଲାଟଫର୍ମର ମାଲିକ ୟଶ ଠାକୁରକୁ ଲୁକ୍‌ ଆଉଟ୍ ନୋଟିସ୍ ଜାରି

ଅଶ୍ଲୀଳ ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହା ସହିତ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଓଟିଟି ପ୍ଲାଟଫର୍ମ ର ମାଲିକ ୟଶ ଠାକୁରକୁ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିଛି।

0

(ମୁମ୍ବାଇ) : ଅଶ୍ଲୀଳ ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହା ସହିତ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଓଟିଟି ପ୍ଲାଟଫର୍ମ ର ମାଲିକ ୟଶ ଠାକୁରକୁ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିଛି। ପୋଲିସର କହିବା ଅନୁସାରେ, ୟଶ ଠାକୁର ସିଙ୍ଗପୁରରେ ଅଛି। ୟଶ ଠାକୁର ଓଟିଟି ପ୍ଳାଟଫର୍ମ ର ମୁଖ୍ୟ, ଯିଏକି ପୂର୍ବରୁ ସାଇବର ପୋଲିସର ନଜରରେ ଥିଲା।

ସୂଚନାନୁଯାୟୀ , ବୁଧବାର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଅନ୍ଧେରୀ ସ୍ଥିତ ଅଫିସ ଭିଆନ୍ ଇଣ୍ଡଷ୍ଟ୍ରୀଜ୍ ଲମିଟେଡ୍‌ର ଅଫିସ ଓ ଅନ୍ୟ ସ୍ଥାନରେ ଚଢାଉ କରିଥିଲେ। ମୁମ୍ବାଇ ପୋଲିସ ରାଜ୍‌ଙ୍କ ଅଫିସରେ ଲାଗିଥିବା କିଛି କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରିଛି। ପୋଲିସର ଚଢାଉ ବେଳେ ସେଥିରୁ ବହୁ ଆପତ୍ତିଜନକ ଭିଡିଓ ମିଳିଥିଲା। ଏହି ଇଣ୍ଡଷ୍ଟ୍ରୀ Retail Trade, Except Of Motor Vehicles And Motorcycles, Repair Of Personal And Household Goods ଭାବରେ ରେଜିଷ୍ଟେ୍ରସନ୍ ହୋଇଥିଲା। କିନ୍ତୁ ପରେ ଏହାର ସବୁ କାମ ବଦଳି ଯାଇଥିଲା। ଏଥିରେ OTT Media ଯୋଡା ଯାଇ Bolly Fame to Bolly Media Ltd ରୂପ​‌ରେ ସାମନାକୁ ଆସିଥିଲା।