ସଂକ୍ରମଣ ବୃଦ୍ଧି ପାଇଲେ ଲାଗିବ କଟକଣା : ରାଜ୍ୟ ନିର୍ବାଚନ କମିଶନର

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା।

0

(ଭୁବନେଶ୍ୱର) : ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ତେବେ ଯଦି ଆଗକୁ ସଂକ୍ରମଣ ବୃଦ୍ଧି ପାଏ ତାହା ହେଲେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଏଥର ମୋଟ ୧୮ଶହ ୯୯ଟି ଓ୍ୱାର୍ଡରେ ପୌର ନିର୍ବାଚଚନ ହେଉଛି। ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ଓ ୩ ମହାନଗରର ୧୬୧ଟି ଓ୍ୱାର୍ଡରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୪ ହଜାର ୪୭୫ଟି ବୁଥ କରାଯିବ। ୪୨ ଲକ୍ଷ ଭୋଟର ଚଳିତ ପୌର ନିର୍ବାଚନରେ ଭୋଟ ଦେବେ।