ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ହତ୍ୟାକାରୀ ଗିରଫ

0

ନବରଙ୍ଗରପୁର: ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ଗିରଫ ହେଲା ହତ୍ୟାକାରୀ । ଏ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ହାଇସ୍କୁଲରେ । ହତ୍ୟାର ୧୭ ଦିନ ପରେ ଅଭିଯୁକ୍ତ ଅରୂପ କୁମାର ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଶିକ୍ଷକଙ୍କ ସହ ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପରେ ଓ ପୁଲିସ ଭୟରେ ଶିକ୍ଷକକୁ ହତ୍ୟାକରିଥିବା ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଛି । ଗତ ୧୩ ତାରିଖ ରାତିରେ ଶିକ୍ଷକ ଅରୂପଙ୍କୁ ଡାକି ସାଙ୍ଗରେ ସ୍କୁଟି ଗାଡିରେ ମରେଇଗାଁ ସ୍ଥିତ ଭଡାଘରକୁ ଆସିଥିଲେ । ବହୁ ଯୁବକ ଏହି ଶିକ୍ଷକଙ୍କ ଭଡାଘରକୁ ଆସୁଥିବା କୁହାଯାଉଥିବା ବେଳେ ଯୁବକ ଅରୂପଙ୍କୁ ୨ହଜାର ଟଙ୍କା ଶିକ୍ଷକ ଦେବାକୁ କହିବାରୁ ଅର୍ଥ ଲାଳସାରେ ଆସିଥିଲା । କିଛିଦିନ ପୂର୍ବରୁ ଶିକ୍ଷକଙ୍କ ଠାରୁ କିଛି ଅର୍ଥ ଧାର ବାବଦରେ ନେଇଥିଲେ ।

ସେହି ଅର୍ଥକୁ ନେଇ ଶିକ୍ଷକ ସବୁବେଳେ ମାନସିକ ନିର୍ୟାତନା ଦେଉଥିବାରୁ ଯୁବକ ଅରୂପ ପ୍ରତିଶୋଧପରାୟଣ ହୋଇଥିଲେ । ସେହି ଅନୁଯାୟୀ ଶିକ୍ଷକଙ୍କ ସହ ସୁଯୋଗ ଖୋଜୁଥିଲେ । ଏହି ଯୁବକ ଜଣକ ତାମିଲନାଡୁରେ ରହୁଥିବା ବେଳେ ୩ ରୁ ୪ମାସ ହେବ ଗାଁରେ ରହୁଛନ୍ତି । ପୂର୍ବ ଯୋଜନା ମୁତାବକ ଯୁବକ ଜଣକ ଅନଲାଇନରେ ଏକ ଛୁରୀ ମଗାଇଥିଲେ । ଯୁବକ ସୁଯୋଗ ଖୋଜୁଥିବା ବେଳେ ଶିକ୍ଷକ ତାଙ୍କ ରୁମକୁ ଆସିବା ପାଇଁ କହିବା ପରେ ଯୁବକ ଜଣକ ପାଖରେ ରଖୁଥିବା ଛୁରିକୁ ବାହାରକରି ଶରୀରର ବିଭିନ୍ନ ସ୍ଥାନକୁ କାଟିଦେବା ସହିତ ପେଟକୁ ଭୁସିଦେଇଥିଲେ । ଏବଂ ତାଙ୍କ ବେକରେ ଥିବା ସୁନା ଚେନ୍ ଓ ହାତରେ ଥିବା ମୁଦି ଏବଂ ମୋବାଇଲ ଧରି ବାହାରପଟୁ ତାଲା ପକାଇ ଶିକ୍ଷକଙ୍କ ସ୍କୁଟି ଧରି ପଳେଇଯାଇଥିଲେ ।

ସଢା ପନ୍ଦାଡୋ କେନାଲର ସାଇଫନ ଭିତରେ ଗାଡିକୁ ପକାଇଦେବା ସହିତ ଶିକ୍ଷକଙ୍କ ମୋବାଇଲକୁ ଗାଁ ପୋଖରୀ ରେ ଫିଙ୍ଗି ଦେଇଥିଲା । ହତ୍ୟାକରି ମୁଦିକୁ ୧୪ ତାରିଖରେ ବନ୍ଧା ପକାଇ ୫ହଜାର ଟଙ୍କା ଆଣିଥିଲେ । ଅଭିଯୁକ୍ତ ତରବରିଆ ଭାବେ ଯିବା ସମୟରେ ଅଭିଯୁକ୍ତ ପିନ୍ଧିଥିବା ବଳା ଓ ଆଣିଥିବା ଛୁରିକୁ ଛାଡିଯାଇଥିଲା । ଏହାକୁ ନେଇ ପୁଲିସ ସୁରାକ ଖୋଜିଖୋଜି କରି ୩୦ତାରିଖ ରାତିରେ ଯୁବକ ଅରୂପକୁ ଉଠାଇଆଣିଥିଲା । ଗତକାଲି ତାକୁ ପଚରାଉଚୁରା କରିବା ସହିତ ଅନ୍ୟ ଅଭିଯୁକ୍ତ କିଏ ସମ୍ପୃକ୍ତ ଥିବା ନେଇ ସୁରାକ ଖୋଜୁଥିଲେ ମଧ୍ୟ ପାଇନଥିଲେ । ଅରୂପ ହତ୍ୟାକରିଥିବା ମାନିଯିବା ପରେ ତାକୁ ଡାକ୍ତରୀ ମାଇନା କରାଯାଇ କୋର୍ଟଚାଲାଣ କରାଯାଇଛି ।