ଭୁବନେଶ୍ୱର: ଓଡିଶା ପାଇଲା ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପଟେଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବଚ୍ଛା ହୋଇଛନ୍ତି । ତେବେ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ କରୁଛି ବିଜେଡି । ତେବେ ଓଡିଶା ଆଞ୍ଚଳିକ ଦଳ ବିଜେଡି ସହ ଶାସକ ଦଳ ମଧ୍ୟ ସମର୍ଥନ କରୁଛି । ସେପଟେ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ
ତେବେ ଚୟନକର୍ତ୍ତାଙ୍କ ମୋଟ ୧୦,୮୬,୪୩୧ ଭୋଟ ମଧ୍ୟରୁ କେବଳ ନେଡିଏ ପ୍ରାର୍ଥୀଙ୍କର ରହିଛି ୫୨ ପ୍ରତିଶତ ଭୋଟ । ସେଥିରେ ବିଜେପି ଦଳର ୩,୦୮,୦୦୦ ଭୋଟ ରହିଛି । ଏପରିକି ବିଜେଡିର ପ୍ରାୟ ୩୨,୦୦ ବା ୨.୯ ପ୍ରତିଶତ ବୋଟ ରହିଛି । ଏହା ଦ୍ୱାରା ଅନୁମାନ କରି ହେଉଛି ଯେ, ରାଷ୍ଟ୍ରପତି ପଦବୀ ପାଇଁ ବଛା ଯାଇଥିବା ଏହି ମହିଳା ପ୍ରର୍ଥୀ ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି ।
ଓଡିଶାରେ ଶାସକ ଦଳର ବିଧାନସଭାରେ ୧୪୭ ସଦଶ୍ୟ ଗୃହରେ ୧୧୪ ଜଣ ବିଧାୟକ ଥିବା ବେଳେ ବିଜେପିର ୨୨ ଜଣ ବିଧାୟକ ଅଛନ୍ତି । ଏହାଛଡ଼ା ଲୋକସଭାରେ ୧୨ ଜଣ ଏବଂ ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି । ଏପରିକି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସମେତ କିଛି ଆଞ୍ଚଳିକ ଦଳର ମଧ୍ୟ ରହି ଛି ସମର୍ଥନ । ଏଥି ମଧ୍ୟରୁ ଅନୁମାନ କରି ହେଉଛି ବବିଷ୍ୟତ ରାଷ୍ଟ୍ରପତି ପଦ କିଏ ହାତେଇବ?