ଦିଲ୍ଲୀ : ଆଉ କିଛିଦିନ ଗଲେ ସାରାଦେଶ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ | ଏହି ଅବସରରେ ସାରାଦେଶରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରାଯାଉଛି |ଏହା ସହ ପ୍ରଧାନମନ୍ତ୍ରୀଙ୍କ ସମେତ ସାରା ଦେଶବାସୀ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ଜାତୀୟ ପତାକା ରଖି ଦେଶକୁ ଓ ଜାତୀୟ ପତାକାକୁ ସଂମାନ ଦେଉଛନ୍ତି |କେବଳ ଏଥିପାଇଁ ହର ଘର ତ୍ରିରଙ୍ଗା ଉତ୍ସବ ପାଳନ କରାଯାଉଛି |
କେନ୍ଦ୍ରସରକାର ଲୋକଙ୍କୁ ଏଥିଵା ଯୋଡିବାକୁ ଓ ଦେଶପ୍ରେମ ଭାବନା ଜାଗ୍ରତ କରିବାକୁ ଆଉ ଏକ ନୂଆ ପ୍ରୟାସ ଜାରିକରିଛନ୍ତି | ଯେଉଁଥିରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଓ ପୁରାତନ କିର୍ତ୍ତିରାଜି ସ୍ଥଳକୁ ପ୍ରବେଶ ପାଇଁ ଲୋକଙ୍କଠାରୁ କୌଣସି ଫି ଆଦାୟ ହେବ ନାହିଁ ବୋଲି ଘୋଷଣା କରାଯାଇଛି । ଅର୍ଥାତ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଦେଶର ସାଧାରଣ ଲୋକଟିଏ ଏହି ସବୁ ସ୍ଥାନକୁ ମାଗଣାରେ ବୁଲି ଦେଖିପାରିବେ ।ଏଏସଆଇର ସ୍ମାରକ ନିର୍ଦ୍ଦେଶକ ଡ.ଏନ କେ ପାଠକଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।