ରିପୋଟର୍ସଟୁଡେ ବ୍ୟୁରୋ : ମୌନୀ ରାୟ ଜଣେ ବଲିଉଡ ନାୟିକା ସହ ଜଣେ ବେଙ୍ଗଲୀ ଝିଅ । ଗତ ଜାନୁଆରୀ ମାସରେ ମୌନୀ ରାୟ ସୁରଜ ନମ୍ବିଆରଙ୍କୁ ବିବାହ କରିଥିଲେ । ତେଣୁ ଏହି ଦୁର୍ଗା ପୁଜା ଟି ତାଙ୍କ ବିବାହ ପରର ପ୍ରଥମ ପୂଜା ।
ତେବେ ମୌନୀ ଏଥର ଦୁର୍ଗାପୂଜା ପାଳନ କରିବାକୁ ଯାଇପାରିବେନି କାରଣ ପୂଜା ସମୟରେ ବହୁତ ଗୁଡିଏ କାମ ତାଙ୍କୁ ବାନ୍ଧି ରଖିଛି । ପୂଜା ପ୍ଲାନ ଅନୁସାରେ ମୌନୀ କହିଛନ୍ତି ମୁଁ କ’ଣ କରିବି, ଏଠାରେ ମୁଁ କାମରେ ବ୍ୟସ୍ତ ରହୁଛି, ଦୁବାଇରେ ମୋ ସ୍ୱାମୀ ତାଙ୍କ କାମରେ ବ୍ୟସ୍ତ ରହୁଛନ୍ତି । ତେବେ ମହାଅଷ୍ଟମୀ ପାଇଁ ଟିକେ ମ୍ୟାନେଜ କରିବାକୁ ପଡୁଛି ।
କହିବାକୁ ଗଲେ ସୁରଜ ଜଣେ ମାଲାୟାଲୀ ହେଲେ ସେ ମୌନୀଙ୍କ ଠାରୁ ଅଧିକ ବେଙ୍ଗଲୀ ପୂଜା ପର୍ବ ବିଷୟରେ ଜାଣିଛନ୍ତି । ମୌନୀ ପୁଣି କହିଛନ୍ତି ତାଙ୍କ ପରମ୍ପରା ଆମ ପରମ୍ପରା ଠାରୁ ଅଲଗା ହେଲେ ମୁଁ ଏହା ଜାଣି ଆଶ୍ଚର୍ଯ୍ୟ, ସେ ଆମ ଦୁର୍ଗାପୂଜା ପର୍ବ ବିଷୟରେ ସବୁ ଜାଣିଛନ୍ତି । ମୁଁ ଭାବୁଛି ସେ ବୋଧ ହୁଏ ମୋତେ ବିବାହ କରିବା ପୂର୍ବରୁ ଆମ ପୂଜା ଉପରେ ତନ୍ନଖିଛନ୍ତି ।
ଏଇଟା ହେଉଛି ମୌନୀଙ୍କ ଅଧିକାର ଯେ ସେ ତାଙ୍କ ସ୍ୱାମୀଙ୍କୁ ବେଙ୍ଗଲୀ ପର୍ବ ପର୍ବାଣୀ ଉପରେ ଅନେକ କିଛି ଶିଖାଇବେ । ହେଲେ ତାଙ୍କ ସ୍ୱାମୀ ସବୁ ଆଗରୁ ଏ ସବୁ ବିଷୟରେ ଜାଣିଛନ୍ତି । ପଣ୍ଡାଲ ହୋପିଙ୍ଗ ବିଷୟରେ ମୌନୀ ସୁରଜଙ୍କ ଆଲୋଚନା କରିଛନ୍ତି । ଆରବର୍ଷ କାମ ଫାଙ୍କା କରି ସ୍ୱାମୀ ସ୍ତ୍ରୀ ଉଭୟେ ମିଶି ପଣ୍ଡାଲ ହୋପିଙ୍ଗ ରେ ନିଜକୁ ନିୟୋଜିତ କରିବେ ବୋଲି ମୌନୀ ମତବ୍ୟକ୍ତ କରିଛନ୍ତି ।