ବିପାଶା-କରଣଙ୍କ ଘରକୁ ଆସିବେ କୁନି ଅତିଥି !

0

ମୁମ୍ବାଇ : ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରେ ଆଉ ଏକ ବଲିଉଡ ଦମ୍ପତିଙ୍କ ଘର ଖୁବ ଶୀଘ୍ର କୁନି ଅତିଥି ଆସିବାକୁ ହେବାକୁ ଯାଉଛି । ଖବର ଆସୁଛି କି ବିପାଶା ବସୁ ଏବଂ କରଣ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ବିବାହର ୬ବର୍ଷ ପରେ ସେମାନେ ପିତାମାତା ହେବାକୁ ଯାଉଛନ୍ତି ।

ଆଶା କରାଯାଉଛି କି ଖୁବ୍ ଶୀଘ୍ର କପଲ୍ ଘୋଷଣା କରିପାରନ୍ତି । କୁହାଯାଉଛି ବିପାଶା ଏବଂ କରଣ ନିଜ ପିଲାଙ୍କ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏପ୍ରିଲ୍ ୨୦୧୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  । ସେମାନଙ୍କର ବିବାହ ଏକ ବ୍ୟକ୍ତିଗତ ଢଙ୍ଗରେ କରାଯାଇଥିଲା  । ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ସାମିଲ୍ ଥିଲେ  । ବିବାହ ପରେ ବିପାଶା ଗର୍ଭବତୀ ଥିବା ନେଇ ଅନେକ ଗୁଜବ ଉଠିଥିଲା  । ହେଲେ ଏହାକୁ ସେମାନେ ଅସ୍ୀକାର କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ତାଙ୍କର ପ୍ରଥମ

ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି  । ହେଲେ ଏଖବରକୁ ନେଇ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଘୋଷଣା କରି ନାହାନ୍ତି । ଏଲୋନ୍ ଫିଲ୍ମରୁ ଦୁହେଁ ପରସ୍ପରକୁ ଭେଟିଥିଲେ । ବିପାଶାଙ୍କ ସହ କରଣଙ୍କର ଏହ ତୃତୀୟ ବିବାହ ଥିଲା । ଏହାପୂର୍ବରୁ ସେ ଶ୍ରଦ୍ଧା ନିଗମ ଏବଂ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ।