ତିନୋଟି ପଞ୍ଚାୟତରେ “ମୋ ନିବେଦନ” କାର୍ୟ୍ୟକ୍ରମ ଆରମ୍ଭ

0

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଲାଇନ୍ ପ୍ଲାଟଫର୍ମରେ ଆରମ୍ଭ ହୋଇଛି “ମୋ ନିବେଦନ” କାର୍ୟ୍ୟକ୍ରମ । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ଵାରା ଗତ ଜୁନ ୨୬ ତାରିଖରୁ ଜିଲ୍ଲାରେ ପ୍ରଥମ କରି ଅନଲାଇନ୍ ପ୍ଲାଟଫର୍ମରେ ମୋ ନିବେଦନ କାର୍ୟ୍ୟକାରୀ ହୋଇଛି ।
ଏହି ଅବସରରେ ପ୍ରତି ଶନିବାର ପଞ୍ଚାୟତ ସ୍ତରରେ ଏବଂ ପ୍ରତି ସୋମବାର ବ୍ଲକ୍ ସ୍ତରରେ ଏହି କାର୍ୟ୍ୟକ୍ରମ ଆୟୋଜିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେଣୁ ଗତ ଶନିବାର ତୃତୀୟ ପର୍ୟ୍ୟାୟରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା ଗ୍ରାମପଞ୍ଚାୟତ ସମେତ ସାରୁ, ଧୋବଡି ଓ ସାହାପୁର ଆଦି ୪ ଟି ପଞ୍ଚାୟତରେ ଆୟୋଜିତ ହୋଇଥିଲା ମୋ ନିବେଦନ କାର୍ୟ୍ୟକ୍ରମ । ଏହି ୪ ଟି ପଞ୍ଚାୟତରୁ ସର୍ବମୋଟ ୯୧ ଜଣ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସହାୟତା ପାଇଁ ଆବେଦନ କରିଥିଲେ । ଏଥିମଧ୍ୟରୁ ଗଣ୍ଡଳାରେ ୨୮ ଟି ଅଭିଯୋଗ ସେଥିମଧ୍ୟରୁ ୧୫ଟି ବାଧ୍ୟକ୍ୟ ଭରତା ,ରାସନ୍ କାର୍ଡ ୪ଟି, କାଳିଆ ଯୋଜନା ୧ଟି , ବିଜୁ ପକ୍କା ଘର ୪ଟି, ବିଦ୍ୟୁତ ବିଭାଗ ୧ଟି,ରୋଡ ୨ଟି, ଲେବର କାଡ ପାଇଁ ୧ ଗୋଟି ,ମୋଟ ୨୮ ଗୋଟି ଦାଖଲ ହୋଇଥିବା ବେଳେ, ସାରୁରେ ୩୦, ଧୋବାଡ଼ିରେ ୮ ଓ ସାହାପୁର ପଞ୍ଚାୟତରେ ୩୦ ଆବେଦନକାରୀ ଖାଉଟି କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ ।

            ବ୍ଲକ୍ କାର୍ୟ୍ୟାଳୟ ପକ୍ଷରୁ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ସୁବ୍ରତ କୁମାର ପରିଡ଼ା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଓ ଯୋଗାଣ ନିରକ୍ଷକ ପୁରଞ୍ଜୟ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଗଣ୍ଡଳା ପଞ୍ଚାୟତରେ ସରପଞ୍ଚ ଗୌରୀ ସାହୁ , ସରପଞ୍ଚ ପ୍ରତିନିଧି ସୁଧାଂଶୁ ସାହୁ , ରାଜେଶ କୁମାର ସାହୁ,ପିଇଓ ନବୀନ ଚନ୍ଦ୍ର ମହାରଣା, ଜିପିଇଓ ପ୍ରଶାନ୍ତ କୁମାର ରଥ, ଏ.ଜ.ଝ ମିନତି ସାହୁ, ଯୋଗାଣ ସହାୟକ-ନିଳମଣି ସାବତ, ସେଲସ ମେନ- ପ୍ରକାଶ ଚନ୍ଦ୍ର ପାଢି, ଡାଟା ଏଣ୍ଟ୍ରି- ଘ ଜିତେନ୍ଦ୍ର ଏବଂ ଉଆଡ ମେମ୍ବର ମାନେ ଉପସ୍ଥିତ ରହିଥିଲେ। ସାରୁ ପିଇଓ ଏସ୍ ରାଜେଶ୍, ହିସାବ ଅଧିକାରୀ ଦିବ୍ୟ ସିଂ ନାୟକ, ସାହାପୁର୍ ପିଇଓ ବି. ହରି , ସରପଞ୍ଚ ସହଦେବ ବେହେରା, ସମିତି ସଭ୍ୟ ଅରୁଣ କୁମାର ବେହେରା, ସାରୁ ପଞ୍ଚାୟତରୁ ଅଜିତ୍ ପାତ୍ର, ଜିଆରଏସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆବେଦନ ହୋଇଥିବା ୯୧ ଟି ଅଭିଯୋଗ ମଧ୍ୟରୁ ୧୮ ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ୭୩ ଟି ଅଭିଯୋଗର କ୍ଷେତ୍ରୀୟ ଅନୁସନ୍ଧାନ ଓ ପ୍ରକୃତ ପର୍ୟ୍ୟବେକ୍ଷଣ ହୋଇ କରାଯିବ ବୋଲି ବିଡ଼ିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି ।