ମୋ ସ୍କୁଲକୁ ମିଳିଲା ସର୍ବାଧିକ ପାଣ୍ଠି

0

ଭୁବନେଶ୍ୱର (ରିପୋର୍ଟସ ଟୁଡେ) : ମୋ ସ୍କୁଲ ଅଭିଯାନ ରେ ୨୯ ଜିଲାର ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିରେ ସର୍ବାଧିକ ପାଣ୍ଠି ପ୍ରାଦାନ କରାଯାଇଛି । ଏଥିରେ ଓଡ଼ିଶାର ମାସକରେ ୩୦,୭୬୮ ପୁରାତନ ଛାତ୍ରୀଛାତ୍ର ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ବିଦ୍ୟାଳୟର ବିକାଶ ପାଇଁ ୭ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସର୍ବାଧିକ ଆର୍ଥିକ ସହାୟତା ଦେବାରେ ପୁଣିଥରେ ରେକର୍ଡ କରିଛନ୍ତି ବାଲେଶ୍ୱର ଜିଲାର ପୁରାତନ ଛାତ୍ରୀଛାତ୍ର । ବାଲେଶ୍ୱରରେ ସର୍ବାଧିକ ୩ କୋଟି ୨ ହଜାର, ଖୋର୍ଦ୍ଧା ୩୮ ଲକ୍ଷ ୪୪ ହଜାର, କଟକ ୩୫ ଲକ୍ଷ ୬୭ ହଜାର, ସମ୍ବଲପୁର ୩୪ଲକ୍ଷ ୮୪ ହଜାର, ଭଦ୍ରକ ୩୧ ଲକ୍ଷ ୪୩ ହଜାର ଏବଂ ବୌଦ୍ଧରେ ୨୯ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରୀଛାତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲର ୨୦ ହଜାର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ୧୬ ଲକ୍ଷ ଛାତ୍ରୀଛାତ୍ରଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ। ସେହିଭଳି ସେପ୍ଟେମ୍ବର ୧୫ ତାରିଖରୁ ରାଜ୍ୟର ୫ ହଜାର ଗ୍ରାମ ଓ ସହରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଲର୍ନିଂ କ୍ୟାମ୍ପ୍ କରାଯିବ। ଆଗାମୀଦିନରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ ବ୍ୟବହାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ ବୋର୍ଡରେ ଶିକ୍ଷାଦାନ କରିବେ। ଶିକ୍ଷକଙ୍କୁ ଟେକ୍ନୋଲୋଜି ପ୍ରଶିକ୍ଷଣ ଲାଗି ‘କ୍ୱେଷ୍ଟ ଆଲିଆନ୍ସ’ ସହ ଏମ୍ଓୟୁ କରିବାକୁ ଯୋଜନା ରହିଥିବା ସୂଚନା ଦିଆଯାଇଛି।