ନବ ଦାସଙ୍କ ମୃତ୍ୟୁ ଘଟଣା: ଘଟଣାର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ

0

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତ ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ । ଜେ.ପି ଦାସ ହେଉଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି । ରାଜ୍ୟ ରକାର ତଥା ନବୀନ ପଟ୍ଟନାୟକ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ । ଯେହେତୁ ଏହି ହତ୍ୟା ଜଣେ ପୋଲିସ ଅଫିସର କରିଛନ୍ତି । ତଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ ରହିଛି । ରାଜ୍ୟ ସରକାର ଏଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜଷ୍ଟିସ ଜେ.ପି ଦାସ ଦାୟିତ୍ବ ଦିଆଯାଇଛି ।