ନବ ଦାସଙ୍କ ଶତ୍ରୁ ତାଙ୍କ ନିଜ ଦଳରୁ ହୋଇ ଥାଇପାରନ୍ତି,ପ୍ରକୃତ ହତ୍ୟାକାରୀକୁ ସରକାର ଧିରବେ ହିଁ ନାହିଁ:ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ଶତ୍ରୁ ତାଙ୍କ ନିଜ ଦଳରୁ ହୋଇ ଥାଇପାରନ୍ତି । ମୋତେ ଏବଂ ସମସ୍ତ ଙ୍କୁ ବି ସନ୍ଦେହ ଅଛି ନବ ଦାସ ଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ । ଏହି ହତ୍ୟାକାଣ୍ଡରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀକୁ ସରକାର ଧିରବେ ହିଁ ନାହିଁ ବୋଲି କହିଲେ ସାଲୁଜା। ସେପଟେ ନବଦାସଙ୍କ ମୃତ୍ୟୁ ଏବେବି ରହସ୍ୟରେ । କାହିଁକି କଣ ପାଇଁ ନବଙ୍କୁ ହତ୍ୟାକଲା ଗୋପାଳ । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଯାହା ସାଧାରଣ ଲୋକେ ଏବଂ ବିରୋଧିଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଜଣେ ମନ୍ତ୍ରୀଙ୍କୁ ଗୋପାଳ କେଉଁ ପରିସ୍ଥିତିରେ ମାରିଦେଲା, ୮ ଦିନ ପରେ ପୋଲିସ ହାତଖାଲି । ତେବେ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ପୋଲିସ ତଦନ୍ତକୁ ଆଗକୁ ବଢାଇଛି । ହେଲେ ଏପର୍ଯ୍ୟନ୍ତ ଗୋପାଳ ହତ୍ୟା ସମ୍ପର୍କରେ ମୁହଁ ଖୋଲିନାହିଁ । ତେବେ ଗୋପାଳର ଏଲଭିଏ ଟେଷ୍ଟ କରାଯାଉଛି ।
।