ଆସନ୍ତା କାଲି ଓଡ଼ିଶା ବନ୍ଦ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି ।ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ସ୍ୱାର୍ଥ । ଦୀର୍ଘଦିନ ଧରି ସଂଗଠନର ଦାବିକୁ ସରକାର ନ ମାନିବାରୁ ସଂଗଠନ ବାଧ୍ୟ ହୋଇ ଏହି ଡାକରା ଦେଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି। ଛାତ୍ରଛାତ୍ରୀ ମାନେ କିଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡ଼ିଜି ଆର.ପି ଶର୍ମା ।