ଭୁବନେଶ୍ୱର: କାଲି ଥିଲା କୁମାର ପୂର୍ଣିମା | ଆକାଶରେ ଖିଲି ଖିଲି ହୋଇ ହସୁଛି ପୂର୍ଣ୍ଣମୀର ଜହ୍ନ। ଯିଏ ଦେଖିବା ସେ ଜହ୍ନକୁ ଆଖିଭାରିଲା ଯାଏଁ ନଦେଖି ରହିପାରିବନି। ପ୍ରକୃତିର ଏହି ଅପୂର୍ବ ସୁନ୍ଦରତକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବେଶ ଉପଭୋଗ କରୁଛନ୍ତି । କେବଳ ଏକ ନବୀନ ନୁହନ୍ତି ତାଙ୍କ ସହ ଅଛନ୍ତି ସଚିବ ଭି କେ ପାଣ୍ଡିଆନ । ପ୍ରକୃତିକୁ ବେଶ ଭଲପାନଟି ମୁଖ୍ୟମନ୍ତ୍ରୀ ସେଥିପାଇଁ ତ ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ସାଉଁଟିଛି।
ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ ଅନ୍ୟମାନଂକ ପାଇଁ ଆକର୍ଷଣ ପାଲଟିଛି | ଜହ୍ନର ତୋଫା ଆଲୁଅ ତଳେ ନବୀନ ପ୍ରକୃତିକୁ ଉପଭୋଗ କରୁଛନ୍ତି । ଖୁସି ଓ ଆନନ୍ଦ ଅନୁଭବ କରୁଛନ୍ତି । ଓଠରେ ସ୍ମିତହାସ୍ୟ ଦେଇ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ସହ ମଜା ନେଉଛନ୍ତି ପ୍ରକୃତି ରାଣୀକୁ | ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ଅନେକ ଲୋକ ବେଶ ପ୍ରଶଂସା କରିଛନ୍ତି ।