ନାଗା ଚୈତନ୍ୟ ଭାଙ୍ଗିଲେ ଟ୍ରାଫିକ ନିୟମ, ଭରିଲେ ଜରିମାନା

ଅଭିନେତାମାନେ ଲଗାତାର ଭାବେ ଟ୍ରାଫିକ ନିୟମ ଭଙ୍ଗ କରି ଫାଇନ ଦେଉଥିବା କଥା ଚର୍ଚାକୁ ଆସିଛି ।

0

(ହାଇଦ୍ରାବାଦ) : ଅଭିନେତାମାନେ ଲଗାତାର ଭାବେ ଟ୍ରାଫିକ ନିୟମ ଭଙ୍ଗ କରି ଫାଇନ ଦେଉଥିବା କଥା ଚର୍ଚାକୁ ଆସିଛି । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଟଲିଉଡ ଷ୍ଟାର ନାଗା ଚୈତନ୍ୟ ଟ୍ରାଫିକ ନିୟମ ଭଙ୍ଗ କରି ଜରିମାନା ଭରିଛନ୍ତି ଯାହାର ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

କେବଳ ଅଲୁ ଅର୍ଜୁନ ଏବଂ ନାଗା ନୁହଁନ୍ତି, ତେଲୁଗୁ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସ, କଲ୍ୟାଣ ରାମ, ଜୁନିୟର୍ ଏନଟିଆର୍, ଏବଂ ମଞ୍ଚୁ ମନୋଜ ବି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଇ ସାରିଛନ୍ତି।

 

ନାଗା କଳା ଗ୍ଲାସ ଥିବା କାରରେ ଯାତ୍ରା କରୁଥିଲେ। ଏହି ସମୟରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟି ଥିଲା। ନିଜ ଭୁଲକୁ ସ୍ୱୀକାର କରି ଅଭିନେତା ୭୧୫ ଟଙ୍କା ଜରିମାନା ଦେଇଛନ୍ତି । ପୋଲିସକୁ ତାଙ୍କ କାରରୁ କଳା ଫିଲ୍ମ ହଟାଇବେ ବୋଲି ଆଶ୍ୱାସନା ଦେଇଛନ୍ତି।