ଅଭିନେତା ନାମିଶ କନେଜା କୋଭିଡ୍‌ ପଜିଟିଭ୍, ‌ ମାଳଦୀପ ରିସର୍ଟରେ କ୍ୱାରେଣ୍ଟାଇନ୍‌

0

(ନୂଆଦିଲ୍ଲୀ) : କରୋନା ଭାଇରସ୍‌କୁ ନେଇ ସରକାର ଚିନ୍ତିତ ହୋଇପଡିଲେଣି । ଗତ କିଛି ଦିନରେ ଯେଉଁ ପ୍ରକାରର ଭାଇରସ୍‌ ବଢ଼ି ଚାଲିଛି ,ଏହା ଏକ ଭିନ୍ନ ପ୍ରକାରର ଆତଙ୍କ ରଚୁଛି । ଏହି ଭିତରେ ମାଳଦୀପ ଯାଇଥିବା ଅଭିନେତା ନାମିଶ କନେଜା କୋଭିଡ୍‌ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି । ଫଳରେ ସେ ସେହି ରିସର୍ଟରେ ହିଁ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ସୂଚନା ଯେ, ସ୍ୱରଅଗ୍ନି, ବିଦ୍ୟା ଓ ୟେ ମରେ ହମସଫର ଭଳି ସିରିୟଲରେ ଅଂଶ ଗ୍ରହଣ କରିଥିବା ନାମିଶ ୨୦୧୯ମସିହାରେ ନିଜର ରିଲେସନସିପ୍‌ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ।