ଓଡିଶା ପର୍ଯ୍ୟଟନ

ଆରମ୍ଭ ହେଲା ନନ୍ଦନକାନନରେ ନୈାକାବିହାର

ବାରଙ୍ଗ- ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କାଞ୍ଜିଆ ହ୍ରଦରେ ପୁଣି ଆରମ୍ଭ ହୋଇଛି ନୈାକାବିହାର । ଦୀର୍ଘ ୧୦ ମାସ ପରେ ପର୍ଯ୍ୟଟକଙ୍କୁ ଏଠାରେ ନୈାକାବିହାରର ପର୍ଯ୍ୟଟକଙ୍କ ଖୁସିର ଲହରୀ ଦେଖିବାକୁ ମିଳିବ ।ଆଜିଠାରୁ କର୍ତ୍ତୃପକ୍ଷ ଏହି ମନୋରଞ୍ଜନ କାର୍ଯ୍ର୍ୟକ୍ରମର ପୁନରାରମ୍ଭ କରିଛନ୍ତି ।
କତ୍ତୃପକ୍ଷଙ୍କ ସୂଚନାନୁସାରେ ବର୍ତ୍ତମାନ ସୂଯ୍ୟାସ୍ତ ପୂର୍ବରୁ ଅଧଘଣ୍ଟା ପାଇଁ ଏହି ସେବା ଉପଲବ୍ଧ ହେବ । ଦୁଇ ସିଟ ବିଶିଷ୍ଟ ବୋଟ ପାଇଁ ୫୦ ଟଙ୍କା , ୪ ସିଟ ବିଶିଷ୍ଟ ବୋଟ ପାଇଁ ୧୦୦ ଟଙ୍କା ଓ ଫ୍ୟାମିଲି ବୋଟ ପାଇଁ ୧୫୦ ଟଙ୍କା ଟିକେଟ ମୂଲ୍ୟ ଦେଇଛନ୍ତି । ଆଜି ଏହି ସେବା ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆଜି ଏହି ସେବା ଆରମ୍ଭ ପରେ ବହୁ ପର୍ଯ୍ୟଟକ ପ୍ରାକୃତିକ ପରିବେଶ ଭରା ଏହି ହ୍ରଦର ମନୋରମ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସେଲଫି ନେବାର ଦେଖିବାକୁ ମିଳିଛି । ତେଣୁ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Related posts

ବୟୋଜ୍ୟେଷ୍ଠଙ୍କ ପାଇଁ ବଡହିରା ଗାଁ ଯୁବଗୋଷ୍ଠୀଙ୍କ ବଣଭୋଜିର ଆୟୋଜନ

Report

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ

Report

ସବୁ ସ୍ଥାନରେ ଶୁଣିବାକୁ ମିଳୁଛି ମୋଦି ହିଁ ମୋଦି : ଅମିତ ଶାହା

Report

Leave a Comment