ଏଣିକି ନନ୍ଦନକାନନରେ ହେଇପାରିବ ବଣଭୋଜି

ଜାନୁୟାରୀ ୭ ତାରିଖଠାରୁ କରୋନା କଟକଣା ପାଇଁ ଅଫଲାଇନ ଟିକେଟ ବନ୍ଦ ଥିଲା ।

0

(ଭୁବନେଶ୍ୱର) : ଏଣିକି ନନ୍ଦନକାନନରେ ହେଇପାରିବ ବଣଭୋଜି । କୋଭିଡ ସଂକ୍ରମଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନରେ ଅଫ୍‌ଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୨୦ରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବାରୁ କର୍ତ୍ତୃପକ୍ଷ ନିଜ ତରଫରୁ ଅଫ୍‌ଲାଇନ୍‌ ଟିକଟ କାଟି ପର୍ଯ୍ୟଟକଙ୍କୁ ବୁଲିବା ଅନୁମତି ଦେଇଥିଲେ ।

ସୂଚନାନୁଯାୟୀ , ଜାନୁୟାରୀ ୭ ତାରିଖଠାରୁ କରୋନା କଟକଣା ପାଇଁ ଅଫଲାଇନ ଟିକେଟ ବନ୍ଦ ଥିଲା । ଏଠାରେ ଭୋଜି କରିବାରେ ମଧ୍ୟ ନିଷେଧାଦେଶ ଜାରି ହୋଇଥିଲା । ଏବେ ନନ୍ଦନକାନନର ଉଭୟ ଉଦ୍ୟାନ ବୁଲିବା ଓ ଭୋଜି ପାଇଁ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଟିକଟ ଉପଲବ୍ଧ ହେବ।