ଧଳା ବାଘ ଛୁଆ ଗର୍ଜନରେ କମ୍ପିବ ନନ୍ଦନକାନନ

0

ଓଡିଶା : ଓଡିଶାର ଲୋକପ୍ରିୟ ପ୍ରାଣୀଉଦ୍ୟନ ନନ୍ଦନକାନନରେ ଏବେ ଖୁସିର ଲହର ଖେଳିଯାଇଛି । ନନ୍ଦନ କାନନରେ ଏବେ ଶୁଭିବ ଧଳା ବାଘଙ୍କ କମ୍ପନ । ପ୍ରାଣୀଉଦ୍ୟନରେ ଥିବା ଧଳା ବାଘୁଣୀ ରୂପା ୩ ନୂଆ ଶାବକଙ୍କୁ ଜନ୍ମ ଦେଇଛି । ଯାହା ବାଘଙ୍କ ସଂଖ୍ୟାକୁ ବୃଦ୍ଧି କରିଛି । ଜନ୍ମତି ଛୁଆଙ୍କ ମଧ୍ୟରୁ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ବୋଲି ଜଣାପଡିଛି । ମହାବଳ ବାଘ ରାକେଶ ଓ ବାଘୁଣୀ ରୂପାଙ୍କ ମିଳନରୁ ଏହି ନୂଆ ତିନି ଶାବକ ଜନ୍ମ ହୋଇଛନ୍ତି ।

ତେବେ ଉଭୟ ମା ଓ ଶାବକ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ସିସିଟିଭି ଶାବକ ମାନଙ୍କ ଉପରେ ନଜର ରଖିଛି । ଶାବକଙ୍କୁ ମିଶାଇ ପ୍ରାଣୀଉଦ୍ୟାନ ତଥା ନନ୍ଦନକାନନରେ ବାଘ ସଂଖ୍ୟା ମୋଟ ୨୮କୁ ବୃଦ୍ଧି ହୋଇଛି ।