ଜିଲ୍ଲା ପଂଚାୟତ ଅଧିକାରୀ ଭାବେ ନୃସିଂହ ଚରଣ ପଟ୍ଟନାୟକଙ୍କ ଦାୟିତ୍ୱ ଗ୍ରହଣ

0

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର : ଜିଲ୍ଲା ପଂଚାୟତ ଅଧିକାରୀ ଭାବେ ନୃସିଂହ ଚରଣ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ସେ ୧୯୯୦ ମହିହାରେ ପ୍ରଥମେ କୋରାପୁଟ ଜିଲ୍ଲାର ଜଶମନ୍ତପୁର ବ୍ଲକରେ ଜିପିଇଓ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ କଳାହାଣ୍ଡି ସମେତ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ରହି ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପଂଚାୟତ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କାମକୁ ସୁଚାରୂ ରୂପେ ସମ୍ପାଦନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।