ଭୁବନେଶ୍ୱର : ଶୁନ୍ୟ କାଳରେ ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗ ଉଠାଇଲେ। ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ। ଗୃହର ନେତା ଗୃହ ଆସନ୍ତି ନାହିଁ। ବିଧାନ ସଭାର ୪ ଦଳକୁ ନେଇ ଆଲୋଚନା ହେଉ। ଆଇନ ଆସୁ। ନଚେତ୍ ଖାଲି ପଦମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି। ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ। ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି କିନ୍ତୁ ଗତକାଲି ସେ ମୁଲତବୀ ଆଲୋଚନାରେ ତାହା ଦେଲେନି। ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ। MSP ବୃଦ୍ଧି ପାଇଁ କେନ୍ଦ୍ର କୁ କୁହାଯାଇଥିଲା। କେନ୍ଦ୍ର ସହ ତ ଆପଣଙ୍କର ଭଲ ସମ୍ପର୍କ , ଗୋଟେ ଫୋନ୍ କଲ ରେ ରାଜ୍ୟ ସଭା ଟିକେଟ ଦେଇ ଦଉଛ। Msp ନେଇ ଆପଣ ଫୋନ୍ କଲେ ନି କାହିଁକି। କେନ୍ଦ୍ର ନଦେଲେ ଆପଣ msp ୨୯୩୦ ଲାଗୁ କଲେନୀ। ଉଭୟ ଦଳ ଚାଷୀଙ୍କ ସାଙ୍ଗରେ ଖେଳ ଖେଳୁଛନ୍ତି| ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ ସୁରତ ଯାଇଛନ୍ତି ବିଜେପି ପାଇଁ ପ୍ରଚାର କରିବା ପାଇଁ -ନରସିଂହ ମିଶ୍ର |