ଜାତୀୟ ଅଗ୍ନିଶମ ଶହୀଦ ଦିବସ

0

ସୋନପୁର :  ଜାତୀୟ ଅଗ୍ନିଶମ ଶହୀଦ ଦିବସ । ଏହି ଅବସରରେ ପ୍ରତିବର୍ଷ ପରି ଅଗ୍ନିଶମ ବିଭାଗ ପକ୍ଷରୁ ୧୪ଏପ୍ରିଲ ଠାରୁ ୨୦ଏପ୍ରିଲ ପର୍ଯ୍ୟନ୍ତ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ୧୯୪୪ମସିହାରେ ଏପ୍ରିଲ ୧୪ ତାରିଖ ବମ୍ବେ ରେ ଘଟିଯାଇଥିବା ଏକ ଭୟାବହ ଅଗ୍ନିକାଣ୍ଡ ରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା ।ଏହି ଦୁର୍ଘଟଣାରେ ଶହୀଦଙ୍କ ସ୍ମୃତିରେ ପ୍ରତିବର୍ଷ ଜାତୀୟ ଶହୀଦ ଦିବସ ସହ ଶହୀଦ ସପ୍ତାହ ପାଳନ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ସୋନପୁର ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପତାକା ଉତ୍ତୋଳନ କରିବା ସହ ଏକ ସଚେତନତା ରଥ ସୋନପୁର ସହର ପରିକ୍ରମା କରିଥିଲା ।

ଅଗ୍ନିକାଣ୍ଡରେ ଯେପରି ଧନଜୀବନ ନଷ୍ଟ ନହୁଏ ସେଥୁପ୍ରତି ସଜାଗ ହେବା ପାଇଁ ଲୋକଙ୍କୁ ଆହ୍ବାନ କରାଯାଇଛି । ଆଗାମୀ ୨୦ତାରିଖ ପର୍ଯ୍ୟନ୍ତ ଏହି ରଥ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ପରିକ୍ରମା କରିବା ସହ ଲୋକଙ୍କୁ ସଚେତନତା ବାଣ୍ଟିବ ବୋଲି ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ବଳରାମ ପଧାନ ସୁଚନା ଦେଇଛନ୍ତି