ଦରଦାମ ବୃଦ୍ଧିକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ: କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

0

ଭବନେଶ୍ୱର : ଦରବୃଦ୍ଧି, ବେରୋଜଗାର ଓ ଜିଏସ୍‌ଟି ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀରେ କଂଗ୍ରେସ କର୍ମୀ ମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିଲା । ଏହି କାରଣରୁ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏପଟେ ରାଜଧାନୀରେ ମଧ୍ୟ କଂଗ୍ରେସ ତାର ପ୍ରତିବାଦ ଚଳାଛି । ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ମାନଙ୍କୁ ପ୍ରତିବାଦ କରୁଥିବାରୁ ଦେଖିବାକୁ ମିଳିଛି ।

ଏହି ପ୍ରତିବାଦରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି । ଏହାକୁ ନେଇ ବିଧାୟକ ସୁର ରାଉତରାୟ ତାଙ୍କର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ପୋଲିସ ଆମକୁ ଜୋରଜବରଦସ୍ତି ଗିରଫ କରିଛି । ପୋଲିସ ଆମକୁ ଝାରପଡା ଜେଲ ନେଉ କି ସ୍ୱର୍ଗକୁ ନେଉ ଖାତିର ନାହିଁ । ଆମର ଏହି ଆନ୍ଦୋଳନ ଜାରି ରହିବ । ଏହି ଆନ୍ଦୋଳନ ଆମର ମୋଦୀ ସରକାରଙ୍କ ବିରୁଦ୍ଧରେ, ଆଉ ଆମେ ଏହାକୁ ଜାରି ରଖିବୁ ।