ନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳ

0

ଜଗତସିଂହପୁର: ନାଉଗାଁ ବ୍ଲକ ଧୂଆଁ ପଦା ଗ୍ରାମର କଳ୍ପନା ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଉର୍ତ୍ତିଣ୍ଣ କରିଛନ୍ତି । ସେ ସଫଳତା ସହ ୨୫ତମ ର‌୍ୟାଙ୍କର ଅଧିକାରିଣୀ ହୋଇଛନ୍ତି । ଏହି କୃତିତ୍ୱ ଅର୍ଜନ ପାଇଁ ଜିଲ୍ଲା ତଥା ନାଉଗାଁ ବ୍ଲକର ଗୌରବ ବୃଦ୍ଧି କରିଛନ୍ତି କଳ୍ପନା । ଏଥିପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କଳ୍ପନାଙ୍କ ପାଠ ପଢା ବିଷୟରେ କହିଲେ ସେ ଗାରୋଇରେ ଥିବା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ହାଇ ସ୍କୁଲ ଶିକ୍ଷା ସମ୍ପନ୍ନ କରିଛନ୍ତି । ତାହାପରେ ରେଭେନ୍ସା ବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକତା ଡ଼ିଗ୍ରୀ ହାସଲ କରିଥିଲେ । ପାଠ ପଢା ସହ ସେ ରାଜ୍ୟ ଓ ଜିଲ୍ଲା ସ୍ତରରେ ହେଉଥିବା କୁଇଜ, ବକୃତା ଓ ସଂଗୀତରେ ପୁରସ୍କୃତ ହୋଇଛନ୍ତି ।

ତେବେ ତାଙ୍କ ଜୀବନ ଏକ ସଂଘର୍ଷ ମୟ ଜୀବନ ଥିଲା ।ତାଙ୍କ ବାପା ଅକ୍ଷୟ ଦାସ ଏକ ଟ୍ୟାଙ୍କର ଡ୍ରାଇଭର ଭାବେ କାମ କରୁଥିବା ବେଳେ ମାଆ ପ୍ରତିମା ଦାସ ସାଧାରଣ ଗୃହିଣୀ ଅଟନ୍ତି । ସେ ମାମୁ ଘରେ ରହି ପାଠ ପଢୁଥିଲେ । ଓ.ଏ.ଏସ ପରୀକ୍ଷାରେ ୩ଥର ଇଣ୍ଟରଭ୍ୟୁ ପରେ ଫାଇନାଲ ରାଉଣ୍ଡରେ କଟିଯାଇଥିଲେ । ପରୀକ୍ଷା ଉର୍ତ୍ତିର୍ଣ୍ଣ କରିବା ପରେ ସେ ଏବେ କଟକରେ ରହି ନିଜର ଅନଲାଇନପ୍ଲାଟ ଫର୍ମରେ ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତକାରୀ ପିଲା ମାନଙ୍କୁ ପାଠ ପଢାଉଛନ୍ତି । ଏବଂ ନିଜେ ମଧ୍ୟ ଫାଇନାଲ ରଉଣ୍ଡରେ କିପରି ସଫଳ ପାଇବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି ।

କଳ୍ପନା ଦାସ ଜଣେ ଦୟାଳୁ ବ୍ୟକ୍ତି ବିଶେଷ ଥିଲେ । ଏହା ପୂର୍ବରୁ ସେ ଅବହେଳିତ ଓ ଗରିବ ପିଲା ମାନଙ୍କୁ ପାଠ ପଢାଉଥିଲେ । କିପରି ସେମାନେ ଆତ୍ମନିର୍ଭରଶୀଳ ହେବେ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଉଥିଲେ । ଏହି ପ୍ରଚେଷ୍ଟା କେବେ ବନ୍ଦ ନ ହୋଇ ଚାଲିବା କଥା କୁହନ୍ତି କଳ୍ପନା । ଏହି ସଫଳତା ପାଇବା ପଛରେ ତାଙ୍କ ପୁରା ପରିବାର ଓ ହାଇସ୍କୁଲ ଶିକ୍ଷକ ମାନଙ୍କ ସହଯୋଗ, ପ୍ରେରଣା ଓ ଆର୍ଶୀବାଦ ରହିବା କଥା କହି ଧନ୍ୟବାଦ ଜଣାଇଛନ୍ତି ସେ ।

ତେବେ କଳ୍ପନା ଦାସଙ୍କ ଏହି କୃତ୍ତିତ୍ୱ ପାଇଁ ଜିଲ୍ଲା ସଂକୀର୍ତ୍ତନ ମହାସଂଘ ମୁକ୍ତିତୀର୍ଥ, ଜଗତସିଂହପୁର ସାଂସ୍କୃତିକ ପରିଷଦ, ଗଙ୍ଗଦାହାଟ, ନାଉଗାଁ ସାଂସ୍କୃତିକ ପରିଷଦ, ପ୍ରେସ କ୍ଲବ ଓ ନିଜ ବିଦ୍ୟାଳୟ ଶିକ୍ଷକ ମାନେ ଓ ସ୍ଥାନୀୟ ବୁଦ୍ଧିଜୀବି ମାନେ ଶୁଭେଚ୍ଛା ଜଣାଇଛନ୍ତି ।