ନବୀନ ଭଜନକୁ ନେଇ ବିଜେଡି ବିଜେପି ମୁଁହା ମୁଁହି

0

ଭୁବନେଶ୍ୱର :ଭଜନ ଗାଇବା ନାଁରେ ନବୀନ ସରକାରଙ୍କ ଗୁଣଗାନ । ହବିଷ୍ୟାଳି ଗାଇଲେ ‘ନବୀନ ଭଜନ’ । ପୁରୀରେ କାର୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଭିଡ ଜମିଛି । ହବିଷ୍ୟାଳି ପୁଣ୍ୟ ଅର୍ଜନ କରିବାକୁ ଆସି ଠାକୁରଙ୍କ ନିକଟରେ ଭଜନ କୀର୍ତିନ କରୁଛନ୍ତି । କିନ୍ତୁ ଗୁରୁତୂପୂର୍ଣ୍ଣ କଥା ହେଲା ହବିଷ୍ୟାଳି ଆଧ୍ୟାତ୍ମିକ ଭଜନ ନାଁରେ ନବୀନ ଭଜନ ଗାଇଛନ୍ତି । ଆଉ ଏହି ଭଜନ ଗାଇବା ବେଳେ ସେହିଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହବିଷ୍ୟାଳି ଜଣଙ୍କ ଏକ କାଗଜ ଧରି ନବୀନ ଭଜନ ଗାଉଛନ୍ତି । ଆଉ ପାଖରେ ଥିବା ମହିଳା ଜଣଙ୍କ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି । ହବିଷ୍ୟାଳି ଏହି ନବୀନ ଭଜନ ଗାଇବା ପରେ ପାଖରେ ଥିବା ପ୍ରଶାସନିକ ଅଧିକାରୀ ତାଳି ମାଡ କରି ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତି । ଆଉ ଏଥିପାଇଁ ଭଜନ ଜରିଆରେ ହବିଷ୍ୟାଳି ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ଏକ ଆଧ୍ୟାମିକ ସ୍ଥାନରେ ଏପରି ଏକ ଭଜନ ଗାନ ଜରିଆରେ ରାଜନୈତିକ ବିବାଦ ଦେଖାଦେଇଛି । ବିରୋଧୀ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସେପଟେ ବିଜେଡି ଏହାର ଜବାବ ରଖିଛି ।