ଭୁବନେଶ୍ୱର: ନାଁ କମୁଛି ଲୋକପ୍ରିୟତା,ନାଁ କମୁଛି ସ୍ୱଚ୍ଛତା । ସବୁଠି ରହିଛି ସେହି ଭଲପାଇବା । କାରଣ କଥା କମ୍ କୁହନ୍ତି କାମରେ ବେଶି ଫୋକସ ଦିଅନ୍ତି । ଲୋକଙ୍କ ବିଶ୍ୱାସ ଭଲପାଇବା ଭରସାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି ଓଡିଶା । କାରଣ ସୁଶାସନ ପାଇଁ ସବୁଠି ଚର୍ଚ୍ଚାରେ ରହୁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାଁ ଦଳରେ ଦୁର୍ନିତୀକୁ ପ୍ରସୟ ଦିଅନ୍ତି,ନାଁ ଦୁର୍ନିତୀ ଥିବା ଲୋକଙ୍କୁ ଦଳରେ ପ୍ରବେଶ କରିବାକୁ ଦିଅନ୍ତି, ସେଥିପାଇଁ ବିଶ୍ୱରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ଏମିତି ଅନେକ ରାଜ୍ୟରୁ ଓଡିଶା ନମ୍ବର ଭାବେ ୱାର୍ଡ ପାଇଥିବା ବେଳେ ସୋସିଆଲ ମିଡିଆରେ ବି ଲୋକପ୍ରିୟତା ରହିଛି । ସେହିପରି ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ‘ଇଣ୍ଡିଆ ଟୁଡେ’ ର ମୁଡ ଅଫ ଦ ନେସନ ପୋଲରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ।
ଦୀର୍ଘବର୍ଷ କାଳ ଶାସନ କ୍ଷମତାରେ ରହି ମଧ୍ୟ ନବୀନଙ୍କୁ ଭଲପାଇବାରେ ଓଡ଼ିଶାବାସୀ ସାମାନ୍ୟ ଉଣା କରିନାହାନ୍ତି । ତାଙ୍କ ଶାସନରେ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ ଦ ନେସନ’ ପୋଲରେ ନବୀନଙ୍କୁ ଅଧିକ ରେଟିଂ ମିଳିଛି । ସେ ୭୩.୨% ଲୋକଙ୍କ ମନ ଜିତି ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ (୬୯.୨%) । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଯୋଗୀ ଆଦିତ୍ୟନାଥ (ଉତ୍ତରପ୍ରଦେଶ), ଏମ କେ ଷ୍ଟାଲିନ (ତାମିଲନାଡୁ), ଭୁପେନ୍ଦ୍ର ପଟେଲ (ଗୁଜୁରାଟ) ଓ ଜଗନ ମୋହନ ରେଡ୍ଡି (ଆନ୍ଧ୍ରପ୍ରଦେଶ) ଟପ ଟେନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ଅଛନ୍ତି ଭୂପେଶ ବାଘେଲ (ଛତିଶଗଡ଼), ଶିବରାଜ ସିଂହ ଚୌହ୍ବାନ (ମଧ୍ୟପ୍ରଦେଶ), ପୁଷ୍କର ଧାମୀ (ଉତ୍ତରାଖଣ୍ଡ), ।ଇଣ୍ଡିଆ ଟୁଡେର ସର୍ଭେ ହେଉ ଅବା ମୁଡ୍ ଅଫ ଦ ନେସନ, ଅନ୍ୟ ପ୍ରତିଷ୍ଠିତ ମାଗାଜିନ ଓ ସଂସ୍ଥାର ଜନମତ ସର୍ଭେରେ ନବୀନ ସବୁବେଳେ ଶୀର୍ଷରେ ରହି ଆସିଛନ୍ତି ।