ଖୋର୍ଦ୍ଧା ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ: ମିଶନ ଶକ୍ତି ମୋତେ ଦେଇଛି ପରିଚୟ

0

(ଏସ.କେ ଅର୍ସଦ ହକ)ଖୋର୍ଦ୍ଧା:ମିଶନ ଶକ୍ତି ମୋତେ ଦେଇଛି ପରିଚୟ ଜ୍ଝ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ସରକାର ଙ୍କୁ ଦେଶ ଏବଂ ଦେଶ ବାହାରେ ଏକ ସ୍ଵତନ୍ତ୍ର ପରିଚୟ ଦେଇପାରିଛି ବୋଲି ଖୋର୍ଦ୍ଧାସ୍ଥିତ ଗୋଶାଳା ପଡିଆ ଠାରେ ରବିବାର ଦିନ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଜ୍ଝ ବାର୍ଷିକ ୨୦୦୦ କୋଟି ଟଙ୍କାର ଆର୍ଥିକ ଋଣ କାରବାର ସହିତ ଗୋଷ୍ଠୀ ମାନଙ୍କର ସଞ୍ଚୟ ରାଶି ୫୦୦୦ କୋଟି ଟଙ୍କା ହୋଇପାରିଛି ଜ୍ଝ ଏପ୍ରିଲ ୨୦୧୯ ପରଠାରୁ ନୂତନଭାବରେ ଗଠନ କରାଯାଇଥିବା ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ ଜ୍ଝ ମହିଳାମାନଙ୍କୁ ସଶକ୍ତି କରଣ କରିବା ନିମନ୍ତେ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମିଶନ ଶକ୍ତିର ଶୁଭାରମ୍ଭ କରଯାଇଥିଲା। ମିଶନ ଶକ୍ତି ମହିଳା ମାନଙ୍କର ନିଜ ପରିବାର ସମେତ ସମାଜରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ଏକ ନୀରବ ବିପ୍ଲବ ରୂପ ନେଇଛି। ସାରା ରାଜ୍ୟରେ ୬ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇଛନ୍ତି। ମହିଳା ମାନଙ୍କର ସର୍ବାଙ୍ଗୀନ ବିକାଶ ମିଶନ ଶକ୍ତି ର ମୂଳ ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ କହିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ ବିଭିନ୍ନ ରୋଜଗାର ଭିତ୍ତିକ ଓ ଅର୍ଥନୈତିକ କାର୍ୟକ୍ରମ ମାଧ୍ୟମରେ ଏଲ ଇ ଡି ବଲବ, ବିଜୁ ଗାଁ ଗାଡି, ନିର୍ମାଣ କାର୍ୟ୍ୟ, ସାନିଟାରୀ ନ୍ୟାପକିନ, ଶିଶୁ ବିକାଶ ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି, ବିଦ୍ୟୁତ ବିଲ ଆଦାୟ କ୍ଷେତ୍ରରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ନିଜସ୍ଵ ଆୟ ବୃଦ୍ଧି କରି ପାରିଛନ୍ତି। ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୃହ ନିର୍ମାଣ ପାଈଁ ସରକାର କାର୍ୟ୍ୟାଦେଶ ଜାରି କରିଥିଲେ ଏହି ଗୃହ ଗୁଡିକ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ମାସିକ ବୈଠକ ଓ ରୋଜଗାର ଭିତ୍ତିକ କାର୍ୟ୍ୟକ୍ଷମ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମିଶନ ଶକ୍ତିର ସଚିବ ସୁଜାତା କାର୍ତିକେୟନ, ମହିଳା ସମବାୟ ବିକାଶ ଅଧ୍ୟାକ୍ଷ୍ୟ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମିଶନ ଶକ୍ତିର କାର୍ଯ୍ୟକ୍ରମ ସମନ୍ଧୀୟ ସୂଚନା ପ୍ରଦାନ କରିଥିଲେ।