ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  ଏ.ମଣିମେଖାଲାଇ

0

 ଭୁବନେଶ୍ବର: ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଏ. ମଣିମେଖାଲାଇ | ଏ. ମଣିମେଖାଲାଇ ହେଉଛନ୍ତି ୟୁନିୟନ ବ୍ୟାଙ୍କ ଏମଡି ତଥା ସିଇଓ | ମୁଖ୍ୟମନ୍ତ୍ରୀଙ୍କ ସହ ମନିମେଖାଲାଇ ଭେଟ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ଗରିବର ଆର୍ଥିକ ସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଛି |

ସେହିପରି ମୁଖ୍ୟମନ୍ତ୍ରୀ ଚାଷୀ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ମନିମେଖାଲାଇଙ୍କୁ କହିଥିଲେ । ମହିଳା ଓ ଚାଷୀଙ୍କ ପାଇଁ ଆଗକୁ ଅନେକ କାର୍ଯ୍ୟକ୍ରମ କଥା କଥା ମନିମେଖାଲାଇ କହିଥିଲେ |ରାଜ୍ୟକୁ ସାହାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି |