ନବୀନ ଭରଚୁଆଲ ମୋଡ ରେ ୨ ଦିନ ଦଳୀୟ ପାର୍ଥି ଙ୍କ ପାଇଁ ପ୍ରଚାର କରିବେ

0

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ସରଗରମ ରହିଛି ପ୍ରଚାର ମୈଦାନ | ଆସନ୍ତା ୩ ତାରିଖ ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନଭେମ୍ବର ୧ତାରିଖ ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରଚାର ଶେଷ ହେବ | ତେବେ ଆସନ୍ତା ୩୧ ତାରିଖ ରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପାର୍ଥି ଅବନ୍ତୀ ଙ୍କ ପାଇଁ ଭରଚୁଆଲ ରେ ପ୍ରଚାର କରିବେ ବୋଲି ଜଣା ପଡିଛି | ଧାମନଗର ଓ ତିହିଡି ବ୍ଲକ ସମେତ ଧାମନଗର NAC ଅଞ୍ଚଳ ରେ LED ଲାଇଟ ଲଗାଯାଇ ନବୀନ ଙ୍କ ପ୍ରଚାର କୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ନବୀନ ଭରଚୁଆଲ ମୋଡ ରେ ୨ ଦିନ ଦଳୀୟ ପାର୍ଥି ଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣା ପଡିଛି |