ମାର୍ଚ୍ଚ ୭ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ନୱାବ ମଲ୍ଲିକଙ୍କ ରିମାଣ୍ଡ ଅବଧି

ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ।

0

(ମୁମ୍ବାଇ) : ବୃଦ୍ଧି ପାଇଲା ନୱାବ ମଲ୍ଲିକଙ୍କ ରିମାଣ୍ଡ ଅବଧି। ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ। ଆଜି ତାଙ୍କର ରିମାଣ୍ଡ ଉପରେ ଶୁଣାଣି କରି ବିଚାରପତି ରାହୁଲ ରୋକ୍‌ଡେ କହିଛନ୍ତି ” ଅଭିଯୁକ୍ତ ଡାକ୍ତରଖାନାରେ ଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇପାରୁ ନାହିଁ। ତେବେ ଇଡି ଦ୍ୱାରା ଦିଆଯାଇଥିବା ନୂଆ ତଥ୍ୟକୁ ଆଧାର କରି ନୱାବଙ୍କ କଷ୍ଟୁଡ଼ି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଗଲା।”

ସୂଚନାନୁଯାୟୀ , ଆର୍ଥିକ ହେର୍‌ଫେର୍ ଘଟଣାରେ ଫେବ୍ରୁଆରୀ ୨୩ ତାରିଖରେ ନୱାବଙ୍କୁ ଗିରଫ କରିଥିଲା ଇଡି। ଏହାପରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯିବା ପରେ ପଚରାଉଚରା ପାଇଁ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା। ଏହାପର ଠାରୁ ନୱାବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।