( ମମତା ସାମଲ ) : ଛତିଶଗଡର ଦନ୍ତେୱାଡାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଘଟଣାସ୍ଥଳରୁ ୨ଟା ଇନସାସ୍ , ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହି ଗୁଳିବିନିମୟ ତିମେନାର ଜଙ୍ଗଲରେ ହୋଇଥିବା ଦନ୍ତେୱାଡା ଏସ୍ପି କମଲନାଥ କଶ୍ୟପ କହିଛନ୍ତି ।