ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ନାଜିମ ହସନ ରିଜଭି

0

ମୁମ୍ବାଇ: ବଲିଉଡ ସିନେଜଗତର ନିର୍ମାତାଙ୍କ ପରଲୋକ ଘଟିଛି । ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବହୁ ସୁପରହିଟ୍ ମୁଭି ସଲମାନ ଖାନଙ୍କ ଫିଲ୍ମ ‘ଚୋରି ଚୋରି ଚୁପ୍କେ ଚୁପ୍କେ’ ଓ ‘ଅଣ୍ଡର ଟ୍ରାୟଲ’ ଆଦି ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ରିଜଭି । ସୋମବାର ରାତିରେ ସେ କୋକିଲାବେନ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଅନେକ ବଲିଉଡ଼ କଳାକାର ସାମାଜିକ ଗଣମାଧ୍ୟମ ଜରିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ ସ୍ଥିତ ପୈତୃକ ଘରେ ନାଜିମଙ୍କ ଅନ୍ତିମ ସଂସ୍କାର କରାଯିବ। ବତ୍ତମାନ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।