ଜମ୍ମୁରେ ପୁଣି ୫୨ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ହେବ

0

ଶ୍ରୀନଗର: ଦେଶରେ ଅକ୍ସିଜେନ ଅଭାବ ବହୁ ଜୀବନ ନେଉଛି । ଏହି ଅଭାବ ଦୂର କରିବା ପାଇଁ କେନ୍ଦ୍ର ସହଯୋଗରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ୨୬ଟି ନୂଆ ଅକ୍ସିଜେନ ଉତ୍ପାଦନକାରୀ ପ୍ଲାଣ୍ଟ ନିର୍ମାଣ ହେଉଛି । ଏହି ପ୍ଲାଣ୍ଟ ସବୁରୁ ମିନିଟ ପିଛା ମୋଟ ୨୫ହଜାର ଲିଟର ଅକ୍ସିଜେନ ଉତ୍ପାଦନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜାମ୍ମୁ କାଶ୍ମୀର ଅର୍ଥ କମିଶନର ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା ବିଭାଗ ଅଟଳ ଦୁଲୁ ସୂଚନା ଦେଇଛନ୍ତି ।
ଗତକିଛି ଦିନ ହେବ ରାଜ୍ୟରେ ୨୬ଟି ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ନିର୍ବାଣ କରାଯାଉଛି । ଏହା ପୂର୍ବରୁ ଆମେ ୨୧ଟି ପ୍ଲାଣ୍ଟରୁ ୧୪ହଜାର ଲିଟର ଅକ୍ସିଜେନ ଉତ୍ପାଦନ କରାଯାଉଛି ବୋଲି ଦୁଲୁ କହିଛନ୍ତି । ଆଗକୁ ଆହୁରି ୫୨ଟି ଅକ୍ସିଜେନ ପ୍ଲାଣ୍ଟ ୪୮ହଜାର ଲିଟର ପ୍ରତି ମିନିଟ କରିବାକୁ ଯାଉଛୁ । ମୁଖ୍ୟତଃ ଅକ୍ସିଜେନ ଚାହିଦା ପୂରଣ କରିବା ଲକ୍ଷ୍ୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଉଛି ।