ଖୁବ ଶୀଘ୍ର ପିଲାଙ୍କ ପାଇଁ ଆସିବାକୁ ଯାଉଛି ୪ଟି କରୋନା ଟିକା

ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଥିବା ବେଳେ ପିଲାମାନଙ୍କ ଟିକାକରଣକୁ ନେଇ ଚିନ୍ତା ଆରମ୍ଭ ହୋଇଥିଲା । ଖୁ

0

(ଦିଲ୍ଲୀ) : ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଥିବା ବେଳେ ପିଲାମାନଙ୍କ ଟିକାକରଣକୁ ନେଇ ଚିନ୍ତା ଆରମ୍ଭ ହୋଇଥିଲା । ଖୁବଶୀଘ୍ର ପିଲାମାନଙ୍କ ପାଇଁ ଆସିବାକୁ ଯାଉଛି ଏକଥାରକେ ୪ଟି କରୋନା ଟିକା। ଏହି ଟିକାଗୁଡ଼ିକର ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି।

ଜୁଲାଇ ମାସରେ ପିଲାମଙ୍କର ଟିକାକରଣ କରାଯିବ ବୋଲି ଆଶା କରାଯାଉଛି। ପିଲାମଙ୍କ ପାଇଁ ପରୀକ୍ଷଣ ହେଉଥିବା ୪ଟିକା ମଧ୍ୟରୁ ଭାରତ ବାୟୋଟେକ୍‌ କମ୍ପାନୀର ଦୁଇଟି ଓ ଜାଇଡସ୍ କାଡ଼ିଲାର ଟିକା ମଧ୍ୟ ପରୀକ୍ଷମ କରାଯାଉଛି। ଅନ୍ୟପଟେ ସେରମ ଇନଷ୍ଟୁଚ୍ୟୁଟ୍ ମଧ୍ୟ ପିଲାମାନଙ୍କ ପାଇଁ ଟିକାର ପରୀକ୍ଷଣ ଖୁବ୍‌ଶୀଘ୍ର ଆରମ୍ଭ କରିବ। ଯଦି ସବୁକିଛି ଠିକ୍ ରହେ ତେବେ ଜୁଲାଇ ମାସରେ ପିଲାମାନଙ୍କୁ ଟିକା ଦିଆଯିବ ବୋଲି କୁହାଯାଉଛି।