KBC-13’ର ହଟ୍‌ ସିଟ୍‌ରେ ବସିବେ ନୀରଜ୍‌ ଚୋପ୍ରା ଓ ପି.ଆର ଶ୍ରୀଜେଶ୍

ଟେଲିଭିଜିନ୍‌ ଦୁନିଆର ଲୋକପ୍ରିୟ ଗେମ୍‌ ଶୋ କୌନ୍‌ ବନେଗା କରୋଡ ପତି ସିଜିନ-୧୩ ରେ ଦର୍ଶକଙ୍କ ପାଇଁ ବହୁତ ଭଲ ରେସପନ୍ସ ଆସିଛି ।

0

(ଦିଲ୍ଲୀ) : ଟେଲିଭିଜିନ୍‌ ଦୁନିଆର ଲୋକପ୍ରିୟ ଗେମ୍‌ ଶୋ କୌନ୍‌ ବନେଗା କରୋଡ ପତି ସିଜିନ-୧୩ ରେ ଦର୍ଶକଙ୍କ ପାଇଁ ବହୁତ ଭଲ ରେସପନ୍ସ ଆସିଛି । ‘ଶୋ’ରେ ସବୁ ସପ୍ତାହରେ ପପୁଲାର କ୍ୟାରେକ୍ଟର ଆସୁଥିବାର ଦେଖିବାକୁ ମିଳିଛି। ଶୋ ର ଶାନ୍‌ଦାର ଶୁକ୍ରବାର ଏପିସୋଡରେ ଅଲମ୍ପିକରେ ଭାରତ ପାଇଁ ଗର୍ବ

ଆଣିଥିବା ନୀରଜ ଚୋପ୍ରା ଏବଂ ପି.ଆର ଶ୍ରୀଜେଶ ଏପିସୋଡରେ ନଜର ଆସିବେ।

ସୂଚନାନୁଯାୟୀ , ଏହା ପ୍ରଶଂସକଙ୍କ ପାଇଁ ଉପହାର ଠାରୁ କମ୍‌ ନୁହେଁ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବ ଆଣିଥିବା ନୀରଜ ହଟ୍‌ ସିଟରେ ବସିବେ। ତାଙ୍କ ସହ ଗୋଲ୍‌ କିପର ପି.ଆର ଶ୍ରୀଜେଶ ମଧ୍ୟ ଆସିବେ। ଯାହା ସୋସିଆଲ ମିଡିଆରେ ଏବେ ଏହି ଫଟୋ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଅମିତାଭ ବଚ୍ଚନଙ୍କ ସହ ଉଭୟ ଖେଳାଳି ନଜର ଆସିଛନ୍ତି। ସୋନି ଟିଭି ଅଫିସିଆଲ୍ ଆକାଉଣ୍ଟରୁ ଏହାର ଏକ ପ୍ରୋମୋ ସେୟାର ହୋଇଛି । ଭିଡ଼ିଓରେ ଅଲମ୍ପିକ ବିଜେତା ନୀରଜ ଏବଂ ହକି ଖେଳାଳି ଶ୍ରୀଜେଶ ନଜର ଆସିଛନ୍ତି।