ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅବହେଳା ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

0

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଓଡିଶା ଚାଷୀଙ୍କୁ ଫସଲ ବୀମା ପ୍ରଦାନ ରେ କେନ୍ଦ୍ର କରୁଛି ଅବହେଳା।ବୀମା କମ୍ପାନୀ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ କେନ୍ଦ୍ର ସାଜିଛି ନିରବଦ୍ରଷ୍ଟା,ଚାଷୀଙ୍କୁ ହତାଦର କରୁଛନ୍ତି କେନ୍ଦ୍ର ସରକାର । ଫସଲ ବୀମା ରାଶି ପ୍ରଦାନରେ ଅବହେଳା କରୁଛନ୍ତି ବୀମା କମ୍ପାନୀ । ବୀମା କମ୍ପାନୀ ମାଲେମାଲ୍ ହେଉଥିବା ବେଳେ ଚାଷୀ ହେଉଛନ୍ତି ହତାଦର । ମାତ୍ର ଚୁପ୍ ବସିଛନ୍ତି କେନ୍ଦ୍ର ସରକାର ।ଏହାର ପ୍ରତିବାଦରେ ଆଜି ରାଜଭବନ ଆଗରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି ।

ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ଅପାରଗତା ଦୁର୍ଭାଗ୍ୟଜନକ । ଫସଲ ବୀମାରେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ୫୦୦ କୋଟି ଟଙ୍କା ବକେୟା ପଡିଛି । ଠିକ୍ ସମୟରେ ବୀମା ରାଶି ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରାପ୍ୟ ନଦେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେଡି |ଏହାସହ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ଦେଇଛି ଦଳ |