ରମଜାନରେ ନେଦରଲ୍ୟାଣ୍ଡ ସାଂସଦଙ୍କ ମୁସଲମାନ ବିରୋଧୀ ଟ୍ୱିଟକୁ ତୁର୍କୀର ନାପସନ୍ଦ

0

ଅମଷ୍ଟଡାମ: ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି । ଏହି ମାସ ଆରମ୍ଭକୁ ନେଇ ନେଦରଲ୍ୟାଣ୍ଡର ସାଂସଦ ଗିର୍ଟ ବାଇଲ୍ଡର୍ସଙ୍କ ବିବାଦୀୟ ଟ୍ୱିଟକୁ ନେଇ ଉତ୍କ୍ଷିପ୍ତ ତୁର୍କୀ । ଗିର୍ଟଙ୍କ ଟ୍ୱିଟ କୁ ବିରୋଧ କରି ତୁର୍କୀ ଅଧିକାରୀ ଆପତ୍ତି ଉଠାଇଛନ୍ତି । ନେଦରଲ୍ୟାଣ୍ଡର ଦକ୍ଷିଣପନ୍ଥୀ କୁହାଯାଉଥିବା ଫର ଫ୍ରିଡମ ଅଧ୍ୟକ୍ଷ ଗିର୍ଟ ରମଜାନ ଆରମ୍ଭ ହେବକୁ ନେଇ ଏକ ଭିଡିଓ ଟୁଇଟରରେ ସେୟାର କରିଥିଲେ, ଏଥିରେ ସେ ମୁସଲମାନ ସମ୍ପ୍ରଦାୟ ଓ ଚିନ୍ତାଧାରାକୁ ବିରୋଧ କରି ଉଲ୍ଲେଖ କରିଛନ୍ତି ଇସଲାମ ଓ ଇସଲାମକରଣକୁ ବନ୍ଦ କର, ରମଜାନ ଆମ ସଂସ୍କୃତିର ଅଂଶ ନୁହେଁ ବୋଲି ସେ କହିଥିଲେ। ଗିର୍ଟ ରମଜାନକୁ ନେଇ ଏକାଧିକ ଟ୍ୱିଟ କରିଛନ୍ତି ଓ ସେସବୁରେ ସେ ଇସଲାମକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, ସମୟ ଆସିଛି ଆମକୁ ଇସଲାମକୁ ବନ୍ଦ କରିବାକୁ ହେବ, ଯେଉଁ ଇସଲାମିକ ବିଚାରଧାରା ଦେଶରେ ହିଂସା ଓ ଭେଦଭାବ ସୃଷ୍ଟି କରୁଛି ତାକୁ ଦେଶରୁ ଶୀଘ୍ର ବାହାର କରିବା ଦରକାର ।ଏହାକୁ ବିରୋଧ କରିଛି ତୁର୍କୀ । ତୁର୍କୀର ଶାସକ ଦଳ ପ୍ରବକ୍ତା ଓମର ସେଲିକ ପାଲଟ ଟ୍ୱିଟ କରି ଗିର୍ଟଙ୍କୁ ଜଣେ ଫାସିବାଦୀ ନେତା ଭାବେ ଅଭିହିତ କରିଛନ୍ତି । ସେହିପରି ତୁର୍କୀର ବହୁ ନେତା ମଧ୍ୟ ଗିର୍ଟଙ୍କୁ ସମାଲୋଚନା କରିବା ସହ ମାନବିକତାର ବିରୋଧୀ ବୋଲି କହିଛନ୍ତି ।