କାଠବାକ୍ସରେ ଭାସୁଛି ନବଜାତ ଶିଶୁକନ୍ୟା

0

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ): ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି ଶିଶୁକନ୍ୟା ଉପରେ ହେଉଥିବା ଅତ୍ୟାଚାର । କେତେବେଳେ ଜନ୍ମ ପୂର୍ବରୁ ହତ୍ୟା ତ କେତେବେଳେ ଜନ୍ମ ପରେ ରାସ୍ତା କଡରେ ଫିଙ୍ଗା ହେଉଛି ନବଜାତ ଶିଶୁ । ପୁଣି ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗାଜିପୁରରେ ପ୍ରବାହିତ ହେଉଥିବା ଗଙ୍ଗା ନଦୀରେ । ଏକ ପକାଠବାକ୍ସରେ ନବଜାତ ଶିଶୁ କନ୍ୟାକୁଭସାଇ ଦିଆଯାଥିିବାର ଦୃଶ୍ୟ ସମ୍ନାକୁ ଆସିଛି । ଶିଶୁକନ୍ୟା ସହ ବାକ୍ସ ମଧ୍ୟରେ ଚିଟାଉ, ଦୁର୍ଗା ମାଙ୍କର ଏକ ଫଟୋଚିତ୍ର, ଜାତକ ଏବଂ ଧୂପକାଠି । ସବୁଠୁ ଆଶ୍ଚର୍ଯ୍ୟ ଥିଲା ଚିଟାଉରେ ଲେଖାଥିବା ନାମ ଗଙ୍ଗାପୁତ୍ରୀ ।
ତେବେ ସ୍ଥାନୀୟ ନାବିକ ଗୁଲ୍ଲୁ ଚୌଧୂରୀ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇଯାଇତିବା ଜଣାଯାଇଛି । ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ଶିଶୁକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଟୁଇଟ ଯୋଗେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଲ୍ଲୁଙ୍କୁ ପ୍ରଶଂସା କରିବା ସହିତ ଶିଶୁକନ୍ୟାର ଲାଳନପାଳନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେପଟେ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଡାକ୍ତରଖାନାରେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ଗୁଲ୍ଲୁଙ୍କୁ ଧନ୍ୟବାଦ ଜଣାଇ ଏକ ନୂଆ ଡଙ୍ଗା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।