ଦେଶରେ ଆଜି ୨୬ ହଜାର ୫୦୬ ନୂଆ‌ ସଂକ୍ରମିତ ଚିହ୍ନଟ

0

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ ସୃଷ୍ଟି କରୁଛି । ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି ୨୬ ହଜାର ୫୦୬ ନୂଆ‌ ସଂକ୍ରମିତ ଚିହ୍ନଟ ହେବା ପରେ କାଲିର ରେକର୍ଡ ଭାଙ୍ଗିଦେଇଛି କରୋନା । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪୭୫ ରୋଗୀଙ୍କ ମୃତ୍ୟୁ ଘଟି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୭୬ ହଜାର ୬୮୫ ସକ୍ରିୟ ରୋଗୀ ଥିବାବେଳେ ୪ ଲକ୍ଷ ୯୫ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨ ଲକ୍ଷ ୩୦ ହଜାର ୫୯୯ ହୋଇଥିôବା ବେଳେ ମୃତ୍ୟୁ ସଂଖ୍ୟା ୯ ହଜାର ୬୬୭ ହୋଇଛି। ସେହିପରି ଦିଲ୍ଲୀରେ ୧ ଲକ୍ଷ ୭ ହଜାର ୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୫୮ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨୬ ହଜାର ୫୮୧ କରୋନା ସଂକ୍ରମିତ ଏବଂ ୧୭୬୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୯ ହଜାର ୨୮୦କୁ ବୃଦ୍ଧି, ୨୦୦୯ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୨ ହଜାର ୩୬୨ ସଂକ୍ରମିତ ଓ ୮୬୨ ମୃତ, ପଶ୍ଚିମବଙ୍ଗରେ ୨୫ ହଜାର ୯୧୧ ଆକ୍ରାନ୍ତ ଓ ୮୫୪ ମୃତ, ହରିୟାଣାରେ ୧୯ ହଜାର ୩୬୪ ଆକ୍ରାନ୍ତ ଏବଂ ୨୮୭ ମୃତ, ଆନ୍ଧ୍ରପ୍ରଦେଶରେ ୨୩ ହଜାର ୮୧୪ ଆକ୍ରାନ୍ତ ଏବଂ ୨୭୭ ମୃତ, ତେଲେଙ୍ଗାନାରେ ୩୦ ହଜାର ୯୪୬ ସଂକ୍ରମିତ ଓ ୩୩୧ ମୃତ, କର୍ଣ୍ଣାଟକରେ ୩୧ ହଜାର ୧୦୫ ଆକ୍ରାନ୍ତ ଓ ୪୮୮ ମୃତ, ରାଜସ୍ଥାନରେ ୨୨ ହଜାର ୫୬୩ ଆକ୍ରାନ୍ତ ଓ ୪୯୧ ମୃତ, ଜାମ୍ମୁ-କାଶ୍ମୀରରେ ୯୦୫୧ ସଂକ୍ରମିତ ଓ ୧୫୪ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୩୪୧ ସଂକ୍ରମିତ ଓ ୬୩୪ ମୃତ, ବିହାରରେ ୧୩ ହଜାର ୯୭୮ ଆକ୍ରାନ୍ତ ଓ ୧୦୯ ମୃତ, ଆସାମରେ ୧୪ ହଜାର ୬୦୧ ଆକ୍ରାନ୍ତ ଓ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।