ମେକ ଇନ ଓଡିଶା ସମୟରେ ରାଜ୍ୟରେ ଆସିବ ନୂଆ ଶିଳ୍ପ ନୀତି

0

ଭୁବନେଶ୍ୱର : ମେକ ଇନ ଓଡ଼ିଶା ପୂର୍ଵରୁ କିମ୍ବା ସେହି ସମୟରେ ରାଜ୍ୟରେ ନୂଆ ଶିଳ୍ପ ନୀତି ଆସିବ। ପ୍ରତି ଦୁଇ ବର୍ଷରେ ଥରେ Make In Odisha Conclave ହେଉଛି। ପ୍ରତି ଚାରି ପାଞ୍ଚ ବର୍ଷ ଭିତରେ ବଜାର ଅନୁସାରେ ନୀତି ପରିବର୍ତ୍ତନ ନହେଲେ ଆମେ ପ୍ରତିଯୋଗିତାରେ ରହି ପାରିବୁ ନାହିଁ। ନୂଆ ଶିଳ୍ପ ନୀତିରେ ଅନେକ ସୁବିଧା ସୁଯୋଗ ରହିବ। ଏହା ଦ୍ୱାରା ଅଧିକ ପୁଞ୍ଜିନିବେଶ ହୋଇପାରିବ।

ସେହିପରି ଏସିଆନ ଦେଶର 6 ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୋଇଛି। ବାଣିଜ୍ୟ ଓ ସାଂସ୍କୃତିକ ଆହୁରି ମଜଭୁତ କରିବା ଉପରେ ଆଲୋଚନା ହୋଇଛି।ବାଣିଜ୍ୟ ସହ ଗମନାଗମନ ଆହୁରି କେମିତି ବଢିବ ତାହା ଉପରେ ଆଲୋଚନା ହୋଇଛି। ଏସିଆନ ଦେଶର ରାଷ୍ଟ୍ରଦୂତମାନେ ହସ୍ତତନ୍ତ ଓ ବୟନ ଶିଳ୍ପ ଉପରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଏନେଇ ସେହି ଦେଶଗୁଡିକ ସହ ଭଲ ବାଣିଜ୍ୟ ହୋଇପାରିବ।