ସ୍ୱାଧୀନତା ଦିବସ ପାଇଁ ଆସିଲା ନୂଆ କଟକଣା

0

ଭୁବନେଶ୍ୱର: ଆଉ ୬ଦିନପରେ ସ୍ୱାଧୀନତା ଦିବସ | ସମସ୍ତ ସ୍କୁଲରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି | କିନ୍ତୁ ପୁଣି ଏକ ନିୟମ ଆସି ଠିଆ ହୋଇଲାଣି ସ୍କୁଲ ପିଲାଙ୍କ ପାଇଁ | କୋବିଦ ପାଇଁ ଏଥର ଅଗଷ୍ଟ ୧୫ରେ ରାଜ୍ୟରେ ହେବନି ପରେଡ | କୌଣସି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଭାଗ ନେଇପାରିବେନି | କେବଳ ୩ଟି କଣ୍ଟିଜେଣ୍ଟ  ଅର୍ଥାତ  ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ ।

ମାତ୍ର ତିନିଦିନ  ଏଥିପାଇଁ ପ୍ରାକ୍ଟିସ ହେବ | ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ ।ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ । ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ |

ରିହସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଏନେଇ ସମସ୍ତ ପ୍ରସ୍ତୁତି ପାଇଁ ଗୃହ ବିଭାଗର ନିର୍ଦେଶ |  ସେହିପରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତୋଳନ ହେବାନେଇ ସୂଚନା |