ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହି ସହର ଉପରେ ପଡୋଶୀ ଝାରଖଣ୍ଡ, ପଶ୍ଚିମବଙ୍ଗ ଲୋକେ ମଧ୍ୟ ନିର୍ଭର କରନ୍ତି ।ସହରର ବାଣିଜ୍ୟ ପେଣ୍ଠସ୍ଥଳୀ ହେଉଛି ରାଇରଙ୍ଗପୁର ।ହେଲେ ଏଠାରେ ସପିଂ ମଲ ନ ଥିବାରୁ ଏଠାକାର ଲୋକେ ସୁଦୂର ବାରିପଦା,ଟାଟା ନଗର,କେନ୍ଦୁଝର ଉପରେ ନିର୍ଭର କରୁଥିଲେ । ଲୋକମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ରାଇରଙ୍ଗପୁର ସହରର ବିଶିଷ୍ଟ ବ୍ୟବସାୟୀ ୩ ଭାଇ ଗୌରୀଶଙ୍କର ଭୁତ,ଶିବ ଶଙ୍କର ଭୁତ ଏବଂ ରବିଶଙ୍କର ଭୁତଙ୍କ ଆପ୍ରାଣ ଉଦ୍ୟମରେ ରାଇରଙ୍ଗପୁର ସହରର ଜଗନ୍ନାଥ ମାର୍କେଟରେ ତିନି ମହଲା ବିଶିଷ୍ଟ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ସପିଂ ମଲ ନିର୍ମାଣ କରିଛନ୍ତି । ଏହାକୁ ତାଙ୍କର ମାତା ଧର୍ମ ପରାୟଣା ମାଲି ଦେବୀ(୭୫) ରବିବାର ପୂର୍ବାହ୍ନ ୧୧ ଘଟିକାରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ଏଥିରେ ରାଇରଙ୍ଗପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହାର ପ୍ରୋପାଇଟର କହିଛନ୍ତି ଏହି ସପିଂ ମଲରେ ଗୃହର ସମସ୍ତ ଆସାବାବ ପତ୍ର ସବୁକିଛି ଉଚିତ ମୂଲ୍ୟରେ ଉପଲବ୍ଧ ହେବା ସହ ଜିନିଷପତ୍ର ଗୁଣାତ୍ମକ ଓ ମାନ ପ୍ରତି ଅଧିକ ଗୁରୁତ୍ବ ଦିଆଯିବ । ଆଗକୁ ପୋଷାକ ପତ୍ର ଲୁଗାପତ୍ର ସୋ ରୁମ ଖୋଲିବା ପାଇଁ ଶିଘ୍ର ବ୍ୟବସ୍ଥା କରାଯାଉଛି ।ଏହି ସପିଂ ମଲରେ ସ୍ଥାନୀୟ ବେକାର ଯୁବକ/ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବ. ଯାହାଫଳରେ ବେକାର ଯୁବକଯୁବତୀମାନେ କର୍ମ ସଂସ୍ଥାନ ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ ।
ସ୍ଥାନୀୟ ଗ୍ରାହକମାନେ ବିଶେଷତଃ ଗୃହୀଣୀ ଏବଂ ଯୁବଗୋଷ୍ଠୀ ନିଜ ପସନ୍ଦର ଗୃହ ସାମଗ୍ରୀ ରାଇରଙ୍ଗପୁର ସହରରେ ଉପଲବ୍ଧ ହେବେ । ସେମାନଙ୍କୁ ଦୂରଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ।ନିଜ ହାତପାଆନ୍ତାରେ ସବୁକିଛି ପାଇ ପାରିବେ । ରାଇରଙ୍ଗପୁରରେ ପ୍ରଥମ ଥର ପାଇଁ ସପିଂ ମଲ ଉଦଘାଟନ ହୋଇଥିବାରୁ ରାଇରଙ୍ଗପୁରବାସୀଙ୍କ ମହଲରେ ଆତ୍ମ ସନ୍ତୋଷ ପ୍ରକାଶ ପାଇଛି ।ଭୁତ ପରିବାର ତିନିଭାଇଙ୍କ ମିଳିତ ଉଦ୍ୟମକୁ ତଥା ରାଇରଙ୍ଗପୁର ସହର ବିକାଶ ପାଇଁ ପ୍ରଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଇଛି ।