ପୁଣି ଚିହ୍ନଟ ହେଲା ନୂଆ ଭ୍ୟାରିଆଣ୍ଟ, ୧୦ ଗୁଣା ଅଧିକ ପ୍ରଭାବଶାଳୀ

ପୁଣିଥରେ ବିଶ୍ୱକୁ ଡରାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ।

0

(ଦିଲ୍ଲୀ) : ପୁଣିଥରେ ବିଶ୍ୱକୁ ଡରାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ। କରୋନାର ନୂଆ ମ୍ୟୁଟାନ ଚିହ୍ନଟ ହୋଇଛି। ଏହି ମ୍ୱୁଟାନର ନାଁ ରହିଛି XE। ଏହି ଭ୍ୟାରିଆଣ୍ଟ BA.2 ସବ୍‌ ଭ୍ୟାରିଆଣ୍ଟ ତୁଳନାରେ ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ଡୱ୍ଲୁଏଚଓ ସତର୍କ କରାଇଛି।

ଏହା ବର୍ତ୍ତମାନ ମଧ୍ୟ ବିଶ୍ୱର ଅନେକ ସ୍ଥାନରେ ବ୍ୟାପିବାରେ ଲାଗିଛି। ଏବେ ଆମେରିକାରେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦୁଇଟି BA.1 ଓ BA.2 ସବ୍‌ ଭ୍ୟାରିଆଣ୍ଟକୁ ମଶାଇ ସୃଷ୍ଟି ହୋଇଛି।

ଡୱ୍ଲୁଏଚଓ ଏହି ସପ୍ତାହର ଆରମ୍ଭରେ ଜାରି କତରିଥିବା ରିପୋର୍ଟରେ କହିଛନ୍ତି ଯେ “Xe Recombinant (Ba.1-Ba.2), ପ୍ରଥମଥର ପାଇଁ ଜାନୁଆରୀ ୧୯ ରେ ବ୍ରିଟେନରେ ଚିହ୍ନଟ ହୋଇଥିଲା। ସେହି ଦିନଠାରୁ ୬୦୦ ରୁ କମ୍ ମ୍ୟୁଟାନ ରିପୋର୍ଟ କରାଯାଇଥିଲା ଏବଂ ନିଶ୍ଚିତ କରାଯାଇଥିଲା। WHO କହିଛି, ପ୍ରାରମ୍ଭିକ ଆକଳନ ଅନୁଯାୟୀ ba.2 ଅପେକ୍ଷା ଏହି ନୂଆ ସବ୍‌-ଭ୍ୟାରିଆଣ୍ଟ ୧୦% ଅଧିକ ସଂକ୍ରାମକ ।