ଡ଼ିଏଭି ପବ୍ଲିକ ସ୍କୁଲରେ ନ୍ୟୁଜିଲାଣ୍ଡ ହକି ଟିମ ଖେଳାଳି

0

ଭୁବନେଶ୍ୱର : ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ଏବେ ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିଛି। ଏହା ସହ ଓଡିଶାରେ ହକି ପ୍ରତି ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଇବାକୁ ଓଡ଼ିଶା ସରକାର ନେଉଛନ୍ତି ଅନେକ ପଦକ୍ଷେପ । ସେଥିପାଇଁ ଆଜି ନ୍ୟୁଜିଲାଣ୍ଡ ହକି ଟିମ ଭୁବନେଶ୍ୱର ୟୁନିଟ 8 DAV ପବ୍ଲିକ ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରଥିଲେ । ନ୍ୟୁଜିଲାଣ୍ଡ ହକି ଟିମଙ୍କୁ ସ୍କୁଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସ୍କୁଲ ଅଣାଯାଇଥିଲା। ନ୍ୟୁଜିଲାଣ୍ଡ ଖେଳାଳି ମଧ୍ୟ ସେମାନଙ୍କ ଦେଶର ଗୀତକୁ ଛାତ୍ରଛାତ୍ରୀଙ୍କ ପାଖରେ ପରିବେଷଣ କରିଥିଲେ । ତାହା ସହ ଖେଳାଳି ମାନଙ୍କୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରଶ୍ନ କରିବା ସହ ଖେଳାଳି ମାନେ ଉତ୍ତର ଦେଇ ସେମାନେ ଭାବର ଆଦାନପ୍ରଦାନ କରି ସମସ୍ତଙ୍କ ମନ ଜିତିଥିଲେ ।