ଗଙ୍ଗାରେ ମୃତଦେହ ଭାସିବାକୁ ନେଇ ଏନଏଚଆରସିର ଜବାବ ତଲବ

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଓ ବିହାରରେ ଗଙ୍ଗାନଦୀରେ କୁଢକୁଢ ମୃତଦେହ ଭାସିବାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରେ ହୋଇଥିବା ଏକ ଅଭିଯୋଗକୁ କମିଶନ ଗ୍ରହଣ କରି ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ଜଳଶକ୍ତି ବିଭାଗକୁ ନୋଟିସ କରିଛନ୍ତି । ଏହି ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ଜଳ ଶକ୍ତି ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ୪ ସପ୍ତାହ ମଧ୍ୟରେ ଜବାବ ତଲବ କରିଛନ୍ତି ।
କମଶନ ସ୍ଥିତିକୁ ଅନୁଧ୍ୟାନ କରି କହିଛନ୍ତି, ଅନୁମାନ କରାଯାଉଛି, କତ୍ତୃପକ୍ଷ ସହଭାଗିତାରେ ଲୋକଙ୍କୁ ସଚେତନ କରିବା ସହ ଗଙ୍ଗାନଦୀରେ ଅର୍ଦ୍ଧଦଗ୍ଧ ଓ ଦଗ୍ଧ ହୋଇନଥିବା ମୃତଦେହ ପକାଇବା ବନ୍ଦ କରିବାରେ ବିଫଳ ହୋଇଛନ୍ତି । ମୃତଦେହକୁ ପବିତ୍ର ଗଙ୍ଗାନଦୀରେ ଫିଙ୍ଗିଦେବା ଖୋଲାଖୋଲିଭ।।ବେ ସ୍ୱଚ୍ଛ ଗଙ୍ଗା ପ୍ରୋଜେକ୍ଟର ଉଲ୍ଲଙ୍ଘନ ।