ଦିଆସିଲି କାଠିରେ ତିଆରି ନିଆରା ରାମ ମନ୍ଦିର

0

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଏହି ଅବସରରେ ଦେଖିବାକୁ ମିଳିଛି ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ଦର୍ଶକ ବନ୍ଧୁ ଆପଣ ଜାଣିକି ଅଶ୍ଚର୍ଯ୍ୟ ହେବେ ଯେ, ଏହି ଅଯୋଧ୍ୟର ରାମ ମନ୍ଦିରର ପ୍ରତିକୃତିକୁ ଦିଆସିଲି କାଠିରେ ତିଆରି କରାଯାଇଛି । ସେପୁଣି ମୋଟ ୧୪ ଶହ ୨୩ଟି ଦିଆସିଲି କାଠିରେ ୨୪ ଇଂଚ ଓସାର ଓ ୩୫ ଇଂଚ ଲମ୍ବ ରହିଛି ଏହି ରାମ ମନ୍ଦିର । ପୁରୀ କୁମ୍ଭାର ପଡାର ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତିକୁ ଦିଆସିଲି କାଠି ରେ ତିଆରି କରିଛନ୍ତି । ସେ ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି । ଏହି ଦିଆସିଲି କାଠି ରାମ ମନ୍ଦିର କଳାକୃତିକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।