ନିଖିଳ ଓଡ଼ିଶା ଇଣ୍ଡିଆନ୍ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟବାର୍ଷିକ ସମ୍ମିଳନୀ

0

ଭୁବନେଶ୍ଵର: ନିଖିଳ ଓଡ଼ିଶା ଇଣ୍ଡିଆନ୍ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟବାର୍ଷିକ ସମ୍ମିଳନୀ (ସୁବର୍ଣ୍ଣ ଜୟନ୍ତୀ ଉତ୍ସବ) ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଭୁବନେଶ୍ବର ସ୍ଥିତ କିଟ ବିଶ୍ବବିଦ୍ୟାଳୟ ପରିସରରେ ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଅପ୍ରେଲ ୯ ତାରିଖ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅଝଳ ଭାରତ ଯୁଗ୍ମ ସମନ୍ବୟ କମିଟି (FIBU & AIABECC) ର ଆବାହକ ଶ୍ରୀ ଲ. ଅରୁଣାଚଳମ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ।

ଇଣ୍ଡିଆନ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ ମହା ପ୍ରବନ୍ଧକ ଶ୍ରୀ ମନୋଜ ଦାସ, ମୁଖ୍ୟ ଅତିଥି, ଶ୍ରୀ ଯୋଗେଷ ପ୍ରସାଦ ସିଂହ, ସଭାପତି ଶ୍ରୀ ଦୀପକ ଶର୍ମା, ସାଧାରଣ ସଂପାଦକ,ATABECC ଶ୍ରୀ ଆର, ଶ୍ରୀନିବାସନ, ଉପ ମହା ପ୍ରବନ୍ଧକ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମାନୀତ ଅତିଥି ଓ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାଧାରଣ ସଂପାଦକ, AOBEA ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧି ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। AITUC, ଓଡ଼ିଶା ରାଜ୍ୟ କମିଟିର ସଂପାଦକ ଶ୍ରୀ କିଶୋର ଜେନା, ଅଭ୍ୟର୍ଥନ ସମୀତିର ଅଧ୍ୟକ୍ଷଭାବେ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।

ସଂଘର ସାଧାରଣ ସଂପାଦକ ଶ୍ରୀ ଶ୍ୟାମାପ୍ରସାଦ ମହାନ୍ତିଙ୍କ ଦ୍ଵାରା ଉପସ୍ଥାପିତ ନିମ୍ନଲିଖତ ପ୍ରସ୍ତାବମାନ ସର୍ବସମ୍ମତି କର୍ମ ଗ୍ରହର କରାଯାଇଥିଲା । ବ୍ୟାଙ୍କ ଘରୋଇ କରଣ ବିରୁଧରେ, ଦ୍ବାଦଶ ଦ୍ବିପାକ୍ଷିକ ରାଜିନାମା ଜରିଆରେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂସୋଧନ, ବ୍ୟାଙ୍କରେ ଖାଲି ପାଡ଼ିଥିବା ପଦପଦବିକୁ ପୂରଣ କରିବା, ଅନୈତିକ ଶ୍ରୀମନିତି ବିରୁଧରେ, ସମ୍ପତି ରୁଷ ଓ ୟୁକ୍ରେନ୍ ଯୁଦ୍ଧ ବିରୁଧରେ । ସମ୍ମିଳନୀ ଆଗାମୀ ୩ବର୍ଷ ପାଇଁ ଶ୍ରୀ ନିରଞ୍ଜନ ମିଶ୍ର, ସଭାପତି, ଶ୍ରୀ ଶ୍ୟାମା ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ ଓ ଶ୍ରୀ ଅଶୋକ ମଲ୍ଲିକ, କୋଷାଧକ୍ଷ ରୁ ନିର୍ବାଚିତ ହୋଇଥିଲେ ।