ନିରଞ୍ଜନ ପଟ୍ଟନାୟକ ମେଦାନ୍ତରେ ଭର୍ତ୍ତି

0

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ । ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅସୁସ୍ଥତା ଖବର ମିଳିବା ପରେ ରାଜ୍ୟ ବ୍ୟାପୀ ନାନା ଗୁଜବ ଶୁଣିବାକୁ ମିଳିଥିଲା । ତେବେ କୁହାଯାଇଛି କି ସେ ମେଦାନ୍ତରେ ସେ ରେଗୁଲାର ହାର୍ଟ ଚକେପ ପାଇଁ ଯାଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଛି ।
ଏଠାରେ କହିରଖୁ କି, ଗତ କିଛି ଦିନ ତଳେ ପିପିଲି ଉପନିର୍ବାଚନ ପ୍ରଚାର କାଳରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ସଂକ୍ରମିତ ହେବା ଜଣାପଡିଥିଲା । ଏହା ପରେ ଗୁରୁବାର ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ସ୍ୱର୍ଗତ ମଙ୍ଗରାଜ କରୋନା ସଂକ୍ରମିତ ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆଜିଥିବା କାରଣରୁ ନିରଞ୍ଜନ ହୋମ ଆଇସୋଲେସନରେ ରହିଥିଲେ । ପରବର୍ତ୍ତୀ ସମୟରେ ଅବଶ୍ୟ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।