ବେଡରୁମରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ଖୋଲିବ କି ଡାଏରୀର ଗୁମର

0

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ଆସିଲା ସାମନାକୁ । କ୍ରାଇମବ୍ରାଂଚ ହାତରେ ଲାଗିଲା ନିରଞ୍ଜଙ୍କ ଡାଏରୀ । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଂଚ । ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ୫ ଦିନିଆ ରିମାଣ୍ଡ ନେବାକୁ କ୍ରାଇମବ୍ରାଂଚ ଆବେଦନ କରିବ । ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ଡାଏରୀକୁ ନେଇ ତଦନ୍ତ କରାଯିବ । ଆଜି ଚାନ୍ଦବାଲି କୋର୍ଟରେ ହାଜର ହେବେ ଶର୍ମିଷ୍ଠା ଓ ଚାରି ଅଭିଯୁକ୍ତ । ହାଜର ହେବାପରେ ପୁଣି ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଂଚ ।
ସୂଚନା ଅନୁସାରେ, ଗତକାଲି ରିମାଣ୍ଡରେ ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟଲା ଅଫିସକୁ ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଂଚ ହାତରେ କିଛି ସୁରାକ ମିଳିଥିବା ସୂଚନା ଦେଇଛି କ୍ରାଇମବ୍ରାଂଚ । ଯାହାର ତଦନ୍ତ ପାଇଁ ପୁଣି ରିମାଣ୍ଡରେ ଆସିବେ ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ।


ରିମାଣ୍ଡର ଅବଧି ସରିଥିବାବେଳେ କ୍ରାଇମବ୍ରାଂଚ ଆଗରେ ସତ ମାନିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ସ୍ପଟକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା । ଯେଉଁ ମେମୋରି ଚିପ୍ ପାଇଁ ମାନସର ହତ୍ୟା କରାଯାଇଥିଲା, ସେହି ଚିପ୍ ଶର୍ମିଷ୍ଠାଙ୍କ ପାଖରେ ବି ନାହିଁ ବୋଲି ଜଣାପଡିଛି । ମେମୋରି ଚିପ୍ କେଉଁଠି ଅଛି ତାହା ଏବେ ପ୍ରଶ୍ମ ଉଠୁଛି । ଶର୍ମିଷ୍ଠା କହିବା କଥା ମାନସ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖିଥିବା ବୟାନ ଦେଇଛନ୍ତି । ତେବେ ପୁଣି ଥରେ ରିମାଣ୍ଡରେ ଆସିବା ପରେ ଜଣା ପଡିବ କେତେ ଗୁମର ଖୋଲିବ ତାହା ଦେଖିବାକୁ ବାକି ରହିଲା । ମେମୋରି ଚିପ୍ କେଉଁଠି ଅଛି ଆଉ ଶର୍ମିଷ୍ଠା ସତ ବୟାନ ଦେଇଛି କି ନାହିଁ ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।