ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ନାହିଁ: ନୀତିଶ

ବିଜେପି ଠାରୁ ମେଣ୍ଟଭାଙ୍ଗିବା ପରେ ଚାଲିଥିଲା ଚର୍ଚ୍ଚା

0

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ବିଜେପିର ହାତ ଛାଡିବା ପରେ ଏହି ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ତେବେ ନୀତିଶ ଏହି ଚର୍ଚ୍ଚାରେ ଟ୍ୱିଇଷ୍ଟ ଆଣିଛନ୍ତି। ସେ କହିଛନ୍ତି ମୋର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର କୌଣସି ଅଭିଳାଷ ନାହିଁ। ମୁଁ ସମସ୍ତଙ୍କୁ ହାତ ଯୋଡି କହୁଛି ମୋର କୌଣସି ଅଭିଳାଷ ନଥିଲା କି ଆଗକୁ ନାହିଁ ବୋଲି କହିଥିଲେ। ସମସ୍ତଙ୍କ ଲାଗି କାମ କରିବା ମୋର କାମ। ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ପାଇଁ ମୋର ଚେଷ୍ଟା। ଯଦି ସବୁ ବିରୋଧୀ ଏକଠି ହୁଅନ୍ତି ତାହାଲେ ଭଲ ହୁଅନ୍ତା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ୭୧ ବର୍ଷୀୟ ନୀତିଶ କମାର ଅଳ୍ପକିଛି ଦିନ ତଳେ ବିଜେପି ସହିତ ମେଣ୍ଟ ଭାଙ୍ଗି ବିହାରର ମହାଗଠବନ୍ଧନରେ ସାମିଲ ହୋଇଥିଲେ। ଅଷ୍ଟମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଥମେ ୨୦୧୩ରେ ନରେନ୍ଦ୍ର ମୋଦି ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପରେ ତାଙ୍କୁ ସାମ୍ପ୍ରଦାୟିକତାର ଆଖ୍ୟା ଦେଇ ବିଜେପିର ହାତ ଛାଡିଥିଲେ। ଆରଜେଡି ସହିତ ମିଶି ବିହାରରେ ସରକାର ଗଠନ କରିଥିଲେ। ୨୦୧୭ରେ ଆରଜେଡି ସହିତ ମଦଭେଦ ହେବାରୁ ପୁଣି ବିଜେପି ସହିତ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୦ ବିଧାନସଭା ନିର୍ବାଚନରେ ନୀତିଶ ବିଜେପି ସହିତ ମିଶି ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ।