ରାଜଦୀପଙ୍କ ବିରୋଧରେ କୌଣସି ମାମଲା ହୋଇନାହିଁ: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ରାଜଦୀପ ଦରସେଶାଇଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁକୁ ଅସ୍ୱୀକାର କରିଛନ୍ତି ସୁପ୍ରିମ କୋର୍ଟ । ରାଜଦୀପ୍‌ଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ସାମ୍ବାଦିକ ରାଜଦୀପଙ୍କୁ ଆଶ୍ୱସ୍ତି ମିଳିଛି। ଟ୍ୱିଟ୍‌ ପ୍ରସଙ୍ଗରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ । ବୈଷୟିକ ତ୍ରୁଟି ହେତୁ ଏପରି ସୂଚନା ପ୍ରକାଶପାଇଥିବା ସୁପ୍ରିମକୋର୍ଟ କହିଛନ୍ତି ।
ରାଜଦୀପଙ୍କ ଟ୍ୱିଟକୁ ନେଇ ଓକିଲ ଓମ ପ୍ରକାଶ ପ୍ୟାରୀ କୋର୍ଟ ଅବମାନନା ମାମଲା ଆରମ୍ଭ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ। ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ରାଜି ହୋଇନଥିଲେ।